୨ ବର୍ଷର ପୁଅକୁ ଛାତରୁ ଫିଙ୍ଗିଦେଲା ବାପା

ଘରେ କଳି କରି ନିଜର ଦୁଇ ବର୍ଷର ପୁଅକୁ ଛାତ ଉପରୁ ଫିଙ୍ଗିଦେଲେ। ଆଉ ନିଜେ ଡେଇଁପଡ଼ିଲେ। ଶୁକ୍ରବାର ରାତିରେ ନୂଆଦିଲ୍ଲୀର କଲକାଜୀସ୍ଥିତ ଏକ ବସ୍ତିରେ ଏହି ଘଟଣା ଘଟିଥିବାର ସୂଚନା ମିଳିଛି। ଘଟଣା ପରେ ଭଭୟ ବାପା-ପୁଅଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ଦୁହେଁ ଗୁରୁତର ଆହତ ହୋଇଥିବା କହିଛି ପୁଲିସ।
ସୂଚନା ମୁତାବକ, ବିବାଦ ହେବାରୁ ମନ ସିଂ ଏବଂ ତାଙ୍କ ପତ୍ନୀ ପୂଜା ଗତ କିଛି ମାସ ଧରି ଅଲଗା ରହୁଥିଲେ। ସ୍ବାମୀଙ୍କ ସହ ଝଗଡ଼ା ହେବାରୁ ପୂଜା ନିଜ ଦୁଇ ପିଲାଙ୍କ ସହ କଲକାଜୀରେ ଥିବା ତାଙ୍କ ଜେଜେମା’ଙ୍କ ଘରେ ରହୁଥିଲେ। ଶୁକ୍ରବାର ରାତିରେ ମନ ସିଂ, ପତ୍ନୀ ପୂଜାଙ୍କୁ ଭେଟିବାକୁ ଆସିଥିଲେ। ଏହି ସମୟରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଏଥିରେ ରାଗିଯାଇ ମନ ସିଂ ନିଜ ପୁଅକୁ ବାଲକୋନୀକୁ ନେଇ ୨୧ଫୁଟ ତଳକୁ ଫିଙ୍ଗି ଦେଇଥିଲେ। ଏହା ପରେ ସେ ନିଜେ ଡେଇଁପଡ଼ିଥିଲେ। ପୂଜାଙ୍କ ଜେଜେମା ଅଭିଯୋଗ କରିଛନ୍ତି ଯେ ମନ ସିଂ ମଦ୍ୟପାନ କରିଥିଲେ। ମନ ସିଂଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି ।
Powered by Froala Editor