ବିଲକିସ ବାନୋ ନିରାଶ, ଗୋଟିଏ ଆବେଦନ ଖାରଜ
ବିଲକିସ ବାନୋଙ୍କ ଦୁଇଟି ଆବେଦନ ମଧ୍ୟରୁ ଗୋଟିଏକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଆବେଦନରେ ବିଲକିସ ବାନୋ ୨୦୦୨ ଗୁଜରାଟ ସାମ୍ପ୍ରଦାୟିକ ହିଂସା ସମୟରେ ତାଙ୍କୁ ଗଣ ବଳାତ୍କାର କରିଥିବା ଏବଂ ତାଙ୍କ ପରିବାରର ଅନେକ ସଦସ୍ୟଙ୍କୁ ହତ୍ୟା କରିଥିବା ୧୧ ଦୋଷୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ସୁପ୍ରିମକୋର୍ଟଙ୍କ ମେ ୨୦୨୨ ଆଦେଶର ସମୀକ୍ଷା କରିବାକୁ ଚାହିଁଥିଲେ। ନିର୍ଣ୍ଣୟ ବିରୋଧରେ ପୁନର୍ବିଚାର ଲାଗି ବିଲକିସ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ। ହେଲେ ତାଙ୍କୁ ସୁପ୍ରିମକୋର୍ଟରୁ ନିରାଶ ହେବାକୁ ପଡ଼ିଛି। କାରଣ ତାଙ୍କ ଆବେଦନକୁ ଅଦାଲତ ଗତକାଲି ଖାରଜ କରିଦେଇଛନ୍ତି।
ଗୁଜରାଟ ସରକାର ସମସ୍ତ ୧୧ଦୋଷୀଙ୍କୁ ମୁକ୍ତ କରିବା ପରେ ଗତ ଅଗଷ୍ଟ ୧୫ରେ ସେମାନେ ଗୋଧ୍ରା ସବ ଜେଲରୁ ମୁକୁଳିଥିଲେ। ଦୋଷୀମାନଙ୍କୁ ଛାଡ କରିବା ନେଇ ବିଲକିସ୍ ବାନୋ ଦୁଇଟି ଆବେଦନ କରିଥିଲେ । ପ୍ରଥମ ଆବେଦନରେ ଦୋଷୀମାନଙ୍କୁ କାହିଁକି ଛଡାଗଲା ବୋଲି କୋର୍ଟକୁ ଚ୍ୟାଲେଞ୍ଜ କରିଥିଲେ ଓ ସମସ୍ତ ୧୧ ଜଣ ଦୋଷୀଙ୍କୁ ତୁରନ୍ତ ଜେଲ ପଠାଇବାକୁ ଗୁହାରି କରିଥିଲେ । ଦ୍ୱିତୀୟ ଆବେଦନରେ ସୁପ୍ରିମକୋର୍ଟ ମେ, ମାସରେ ଦେଇଥିବା ରାୟ ଉପରେ ପୁର୍ନବିଚାର କରିବାକୁ ଗୁହାରି କରିଥିଲେ । ମୁଖ୍ୟତଃ ଗୁଜରାଟ ସରକାରଙ୍କୁ ୧୯୯୨ ମସିହାର କ୍ଷମା ନୀତିକୁ ବିଚାର କରିବାକୁ ଦେଇଥିବା ଅନୁମତିକୁ ମଧ୍ୟ ପୁନଃ ସମୀକ୍ଷା କରିବାକୁ ନିବେଦନ କରିଥିଲେ ବିଲକିସ।
Powered by Froala Editor