ଜନ୍ମନେଲା ୪ ଗୋଡିଆ ଶିଶୁକନ୍ୟା
ମଧ୍ୟପ୍ରଦେଶର ଗ୍ୱାଲିୟରରେ ଆରତୀ କୁଶୱା ନାମକ ଜଣେ ମହିଳା ୪ଟି ଗୋଡ଼ ଥିବା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ସିକନ୍ଦର କାମ୍ପୋ ଅଞ୍ଚଳରେ ରହୁଥିବା ଆରତୀ କୁଶୱା ବୁଧବାର କମଳା ରାଜା ହସ୍ପିଟାଲରେ ଗୋଟିଏ କନ୍ୟା ସନ୍ତନାକୁ ଜନ୍ମ ଦେଇଛନ୍ତି। ତେବେ ଶିଶୁକନ୍ୟାର ୪ଟି ଗୋଡ଼ ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଇଛି। ସେମାନେ ୪ ଗୋଡ଼ିଆ ଶିଶୁକନ୍ୟା ଜନ୍ମ ହେବା ପରେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।
ଏହି ଖବର ପ୍ରଚାର ହେବା ପରେ ଶିଶୁକନ୍ୟା ବିଷୟରେ ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି । ଶିଶୁ ବିଭାଗର ଡାକ୍ତରଙ୍କ କହିବାନୁସାରେ ଉଭୟ ମା’ ଓ ଶିଶୁ ସୁସ୍ଥ ରହିଛନ୍ତି । ନବଜାତକର ଓଜନ ୨.୩ କେଜି ରହିଛି । ଏହି ବିରଳ ଶିଶୁକନ୍ୟାର ସ୍ୱାସ୍ଥ୍ୟ ଉପରେ ଜୟ ଆରୋଗ୍ୟ ହସ୍ପିଟାଲ ଗ୍ରୁପର ସୁପରିଟେଣ୍ଡେଣ୍ଟଙ୍କ ସମେତ ସ୍ୱତନ୍ତ୍ର ଡାକ୍ତରୀ ଟିମ ନଜର ରଖିଛନ୍ତି। ଏହି ୨ ଅତିରିକ୍ତ ଗୋଡ଼ ଅଚଳ ରହିଥିବା ବେଳେ ଶରୀରରେ ଅନ୍ୟ କୗେଣସି ଅସୁବିଧା ଅଛିକି ନାହିଁ, ସେ ସମ୍ପର୍କରେ ଯାଞ୍ଚ କରୁଛନ୍ତି ଡାକ୍ତରୀ ଟିମ୍ ।
ତେବେ ଏଭଳି ଘଟଣାକୁ ମେଡିକାଲ୍ ସାଇନ୍ସ ଭାଷାରେ Ischiopagus କୁହାଯାଏ। ମାତୃଗର୍ଭରେ ଶରୀର ଦୁଇ ଭାଗରେ ବିକଶିତ ହୋଇଥାଏ, ଅଣ୍ଟାରୁ ତଳକୁ ଓ ଅଣ୍ଟାରୁ ଉପରକୁ। ଏହି ସମୟରେ ଭୃଣ ଶିଶୁର ଅଣ୍ଟାରୁ ତଳକୁ ଅତିରିକ୍ତ ଦୁଇଟି ଗୋଡ଼ ବିକଶିତ ହୋଇଯାଇଛି।
Powered by Froala Editor