Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, June 26, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ...

  • ହର୍ମୁଜ ପ୍ରଣାଳୀ ଦେଇ ଗତି କରୁଥିବା ...

  • ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ...

  • ଶିଶୁଙ୍କୁ ସୁନା ମୁଦି ଉପହାର ଦେବେ ସରକାର

  • ହୋର୍ମୁଜ୍ ପାର୍ କଲା ଆଉ ୩୦ ଜାହାଜ

  • ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ...

  • କାବେରୀରେ ଭାସିଗଲେ ୫ ଜଣ

  • ଥରେ ନୁହେଁ, ବାରମ୍ବାର କେତନଙ୍କୁ ...

  • ଇରାନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ...

  • ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା ...

ରାଜ୍ୟ
Home ›› ରାଜ୍ୟ ››ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ - ମୁଖ୍ୟମନ୍ତ୍ରୀ

ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ - ମୁଖ୍ୟମନ୍ତ୍ରୀ

2021-05-19 06:54:29
15659
Share:
Facebook
Twitter
E-Mail
WhatsApp
Telegram
ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ  - ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ   ସ୍ଥିତ ସମ୍ପର୍କରେ ସମୀକ୍ଷା କରିଥିଲେ ।  ଏହି ଅବସରରେ  ମୁଖ୍ୟମନ୍ତ୍ରୀ ଗତକାଲି ସର୍ବଦଳୀୟ ବୈଠକରେ ଘୋଷଣା କରିଥିବା  କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରୀତା ସହିତ ରୋଗୀଙ୍କ ଅବସ୍ଥା ସଂପର୍କରେ ସଂପର୍କୀୟଙ୍କୁ ସଠିକ ସୂଚନା ଦେବା ଏବଂ ଟିକାକରଣ କେନ୍ଦ୍ରମାନଙ୍କରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ ।


ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ କୋଭିଡ ସ୍ଥିତି  ଏବେ ନିୟନ୍ତ୍ରଣାଧୀନ ଅଛି ।  ରାଜ୍ୟରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ନୂଆ ଚିହ୍ନଟ ହେଉଥିବା ରୋଗୀଙ୍କ ଠାରୁ ଅଧିକ ରହୁଛି । ଗତ ସପ୍ତାହରୁ  କେତେକ ଜିଲ୍ଲାରେ ସଂକ୍ରମଣ କମିବା ମଧ୍ୟ ଆରମ୍ଭ କରିଛି ।   ରାଜ୍ୟରେ positive ହାର ମଧ୍ୟ କମିଛି । ଏ ସବୁ ପାଇଁ ଲକ୍‌ଡାଉନ ଓ ଲୋକଙ୍କ ମଧ୍ୟରେ ସଚେତନତାକୁ ମୁଖ୍ୟମନ୍ତ୍ରୀ ଶ୍ରେୟ ଦେଇଥିଲେ ।


ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂକ୍ରମଣ ହାରକୁ ସଂପୂର୍ଣ୍ଣ କମାଇବା ପାଇଁ ରାଜ୍ୟ ସରକାର ଲକ୍‌ଡାଉନ ଅବଧିକୁ ଆଉ ଦୁଇ ସପ୍ତାହ ବୃଦ୍ଧି କରିଛନ୍ତି। ଲୋକଙ୍କ ସହଯୋଗ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ  ଆମେ ଯଦି ସମସ୍ତେ କୋଭିଡ ନିୟମ ମାନି ମାସ୍କ ପିନ୍ଧିବା, ବାରମ୍ବାର ସାବୁନରେ ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ଅନାବଶ୍ୟକ ଭାବରେ ବାହାରେ ବୁଲିବା ବନ୍ଦ କରିଦେବା, ତେବେ ଆମେ ନିଶ୍ଚୟ ଏହି ଲଢେଇ ଜିତିପାରିବା । 


ଗତକାଲି ସର୍ବଦଳୀୟ ବୈଠକରେ ଘୋଷଣା କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ଯୋଗୁ ଅନେକ ପରିବାର ଛାରଖାର ହୋଇଯାଇଛି। ତେଣୁ କୋଭିଡ ମୃତକଙ୍କ ବିଧବା ଏବଂ ବାପା-ମା’ଙ୍କୁ ହରାଇଥିବା ପିଲାମାନେ ଯେପରି ତୁରନ୍ତ ସହାୟତା ପାଇପାରିବେ, ସେଥିପାଇଁ ତୁରନ୍ତ ପଦକ୍ଷେପ ନେବା କୁ  ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।


ସେହିପରି ସଂକ୍ରମଣ ରୋକିବାକୁ ମଇ ୨୪ ରୁ ଆରମ୍ଭ ହେବାକୁ ଥିବା ସର୍ଭେ ଯେପରି ସଂପୂର୍ଣ୍ଣ ତ୍ରୁଟିଶୂନ୍ୟ ହେବ, ତାକୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ପଞ୍ଚାୟତ ଓ ଗାଁ କଲ୍ୟାଣ ସମିତି ମାନଙ୍କୁ ସକ୍ରିୟ ଭାବେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।


କୋଭିଡରେ ପୀଡିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସଂପର୍କୀୟ ମାନେ ରୋଗୀଙ୍କ ଅବସ୍ଥା ସଂପର୍କରେ ଯେପରି ସଠିକ ସୂଚନା ପାଇପାରିବେ, ସେ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେଥିପାଇଁ Helf Desk ବ୍ୟବସ୍ଥାରେ ଉନ୍ନତି ଆଣିବା ସହିତ ନିୟୋଜିତ କର୍ମଚାରୀମାନଙ୍କୁ ମାନବିକ ଦୃଷ୍ଟିଭଙ୍ଗୀ ନେଇ କାର୍ଯ୍ୟ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।


ଟିକାକରଣ କୋଭିଡ ନିୟନ୍ତ୍ରଣ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଟିକାକରଣ କେନ୍ଦ୍ର ମାନଙ୍କରେ ସାମାଜିକ ଦୂରତା ସୁନିଶ୍ଚିତ  କରିବା ଉପରେ ଗୁରୁତ୍ବ ଦେଇଥିଲେ । ଲୋକମାନେ ଯେପରି ସୁବିଧାରେ ଟିକାକରଣ କେନ୍ଦ୍ରରେ ପହଞ୍ଚି ଟିକା ନେଇପାରିବେ, ସେଥିପାଇଁ ସେମାନଙ୍କୁ ଟିକାକରଣ କେନ୍ଦ୍ରର ସ୍ଥାନ ଓ ସମୟ ସଂପର୍କରେ ପୂର୍ବରୁ ସୂଚନା ଦେବା ପାଇଁ ପରାମର୍ଶ ଦେଇଥିଲେ ।


କୋଭିଡ ସଂକ୍ରମଣ ରୋକିବାରେ ଠିକ୍‌ ଭାବରେ ମାସ୍କ ପିନ୍ଧିବାର ବିଶେଷ ଗୁରୁତ୍ବ ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏହା ଉପରେ ପ୍ରାଥମିକତା  ଦେବାକୁ ପରାମଶ ଦେଇ ଥିଲେ ।ଗରିବ ଲୋକମାନେ ଯେପରି ସୁବିଧାରେ ମାସ୍କ ପାଇପାରିବେ, ସେଥିପାଇଁ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଧାୟକମାନେ ଖର୍ଚ୍ଚ କରି ମିଶନ ଶକ୍ତି ଗ୍ରୁପ ରୁ ସଗ୍ରହ କରିବାକୁ ପଦଷେପ ନିଆଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।


ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ଲକ୍‌ଡାଉନର ସୁଫଳକୁ ଅନୁଭବ କରି ଆଉ ଦୁଇ ସପ୍ତାହ ପାଇଁ ଏହାର ଅବଧିକୁ ବଢାଯାଇଛି ଏବଂ ଏହାକୁ କଡାକଡି ଭାବରେ କାର୍ଯ୍ୟକାରୀ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମଇ ୨୪ ତାରିଖରୁ ଘରକୁ ଘର ସର୍ଭେ ଆରମ୍ଭ କରାଯିବ । ଏଥିପାଇଁ ସଂପୃକ୍ତ ବିଭାଗକୁ ଆବଶ୍ୟକ ଗାଇଡଲାଇନ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ଜିଲ୍ଲାପାଳ ମାନେ Help Desk ଗୁଡିକୁ ଉତ୍ତମ ରୂପେ ତଦାରଖ କରୁଛନ୍ତି ଏବଂ Oxygen Logistic ବ୍ୟବସ୍ଥାର ୨୪ ଘଣ୍ଟିଆ ତଦାରଖ କରାଯାଉଛି ବୋଲି ସେ କହିଥିଲେ ।


ରାଜ୍ୟର କୋଭିଡ ପରିସ୍ଥିତି ଉପରେ ଉପସ୍ଥାପନା ରଖି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର କହିଥିଲେ  ଯେ ସାରା ଦେଶରେ ବର୍ତ୍ତମାନ କୋଭିଡ ସଂକ୍ରମଣ କମିବାରେ ଲାଗିଛି।


ଭାରତରେ ମଇ ୮ ତାରିଖରେ ଏହା ସର୍ବାଧିକ (Peak) ୪,୧୪,୧୮୮ ହୋଇଥିଲା । ଆଜି ଏହା ୨,୬୩,୦୨୧ ଅଛି। ସେହିପରି ଓଡିଶାରେ ମଧ୍ୟ ସଂକ୍ରମଣ କମିବାରେ ଲାଗିଛି। ଓଡିଶାରେ ସଂକ୍ରମଣ ମଇ ୧୩ ତାରିଖରେ ସର୍ବାଧିକ ହୋଇଥିଲା ଏବଂ ତା ପରଠାରୁ ଏହା କମିବାରେ ଲାଗିଛି ବୋଲି ସେ କହିଥିଲେ । ଆମର positivity rate ଗତ ସପ୍ତାହରେ ୨୧ ପ୍ରତିଶତ ଥିବାବେଳେ ଏବେ ଏହା ୧୮ ପ୍ରତିଶତକୁ କମିଛି। ଟେଷ୍ଟ ସଂଖ୍ୟା ବୃଦ୍ଧି ପାଇବା ସତ୍ତ୍ବେ, positivity କମିବା ଏକ ଭଲ ସୂଚନା ବୋଲି ସେ କହିଥିଲେ। ଆଗାମୀ ସପ୍ତାହ ମଧ୍ୟରେ ଟେଷ୍ଟ ସଂଖ୍ୟା ୭୦ ହଜାରକୁ ବୃଦ୍ଧି କରାଯିବ ବୋଲି ସେ କହିଥିଲେ । ଆମର ମୃତ୍ୟୁହାର ୦.୪୦ରୁ କମି ୦.୩୭ ହୋଇଛି। ଗତ ୧୫ ଦିନର ମୃତ୍ୟୁହାରକୁ ଲକ୍ଷ୍ୟ କଲେ ଏହା ୦.୧୬ ଅଛି, ଯାହାକି ସାରା ଭାରତରେ ସର୍ବନିମ୍ନ ବୋଲି ସେ କହିଥିଲେ । ରାଜ୍ୟରେ ICU ବେଡ୍‌ର ସଂଖ୍ୟା ବୃଦ୍ଧି କରାଯାଇଛି ଏବଂ ଖୁବ୍‌ଶୀଘ୍ର ଆଉ ୩୬୮ଟି ICU ବେଡ୍‌ର ବ୍ୟବସ୍ଥା କରାଯିବ। ରାଜ୍ୟରେ ଆଉ ପ୍ଲାଜମାଥେରାପି କରାଯିବ ନାହିଁ ବୋଲି ସେ ସୂଚନା ଦେଇଥିଲେ।


ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ରାଜ୍ୟରେ ଲକ୍‌ଡାଉନ ଓ ବିଭିନ୍ନ କୋଭିଡ଼ ଗାଇଡଲାଇନର ଅନୁପାଳନ ପାଇଁ ପୋଲିସର ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ଓଡିଶାରୁ ଅନ୍ୟ ରାଜ୍ୟକୁ ବର୍ତ୍ତମାନ ସୁଦ୍ଧା ୮୬୮ଟି ଟ୍ୟାଙ୍କର ଜରିଆରେ ୧୫୯୧୨ ମେଟ୍ରିକ ଟନ୍‌ ଅକ୍‌ସିଜେନ ପଠାଯାଇଛି ବୋଲି ସେ ସୂଚନା ଦେଇଥିଲେ। ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଶ୍ରୀ ଏମ୍‌. ଅକ୍ଷୟ କହିଥିଲେ ଯେ ଅଗ୍ନି ସୂରକ୍ଷା ପାଇଁ ୬୨ଟି କୋଭିଡ ହସ୍‌ପିଟାଲରେ ଅଗ୍ନିଶମ ସେବା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ବୈଠକରେ ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାର ଅବଜରଭର ଶ୍ରୀ ନିକୁଞ୍ଜ ବିହାରି ଧଳ, କଳାହାଣ୍ଡି-ନୂଆପଡାର ଅବଜର୍‌ଭର ଶ୍ରୀ ସତ୍ୟବ୍ରତ ସାହୁ, ଅନୁଗୁଳ-ଢେଙ୍କାନାଳର ଅବଜର୍‌ଭର ଶ୍ରୀ ବିଷ୍ଣୁପଦ ସେଠୀ, ଅନୁଗୁଳ, କେନ୍ଦୁଝର ଓ ମୟୁରଭଂଜର ଜିଲ୍ଲାପାଳ, କଟକ ଓ ଭୁବନେଶ୍ବର ମ୍ୟୁନିସପାଲ କମିଶନର ମାନେ ସେମାନଙ୍କ ଜିଲ୍ଲାରେ କୋଭିଡ ପରିଚାଳନା ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ସଂଚାଳନ କରିଥିଲେ।

Powered by Froala Editor

Tags naveen patnaik , chief minister Odisha

Related articles Odisha News Lens 4.1

  • ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛୁ: ମୋଦି
    ଦେଶ-ଦେଶାନ୍ତର

    ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛୁ: ମୋଦି

    14814
    Jun 25, 2026
  • ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା ଗୋଦାମ ଘର, ୬ ଶ୍ରମିକ ମୃତ
    ଦେଶ-ଦେଶାନ୍ତର

    ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା ଗୋଦାମ ଘର, ୬ ଶ୍ରମିକ ମୃତ

    14842
    Jun 24, 2026
  • ଶିଶୁଙ୍କୁ ସୁନା ମୁଦି ଉପହାର ଦେବେ ସରକାର
    ଦେଶ-ଦେଶାନ୍ତର

    ଶିଶୁଙ୍କୁ ସୁନା ମୁଦି ଉପହାର ଦେବେ ସରକାର

    14186
    Jun 25, 2026
  • ଥରେ ନୁହେଁ, ବାରମ୍ବାର କେତନଙ୍କୁ ମାରିବାକୁ ଚେଷ୍ଟା କରିଥିଲେ ସିୟା
    ଅପରାଧ

    ଥରେ ନୁହେଁ, ବାରମ୍ବାର କେତନଙ୍କୁ ମାରିବାକୁ ଚେଷ୍ଟା କରିଥିଲେ ସିୟା

    13658
    Jun 25, 2026
  • ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ, ଏଯାଏଁ ୩୨ ମୃତ
    ଦେଶ-ଦେଶାନ୍ତର

    ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ, ଏଯାଏଁ ୩୨ ମୃତ

    14964
    Jun 25, 2026
  • କାବେରୀରେ ଭାସିଗଲେ ୫ ଜଣ
    ଦେଶ-ଦେଶାନ୍ତର

    କାବେରୀରେ ଭାସିଗଲେ ୫ ଜଣ

    15108
    Jun 25, 2026
  • ହର୍ମୁଜ ପ୍ରଣାଳୀ ଦେଇ ଗତି କରୁଥିବା ଜାହାଜଗୁଡ଼ିକ ଉପରୁ ଇରାନ କୌଣସି ପ୍ରକାରର ଟିକସ ...
    ଦେଶ-ଦେଶାନ୍ତର

    ହର୍ମୁଜ ପ୍ରଣାଳୀ ଦେଇ ଗତି କରୁଥିବା ଜାହାଜଗୁଡ଼ିକ ଉପରୁ ଇରାନ କୌଣସି ପ୍ରକାରର ଟିକସ ...

    13589
    Jun 25, 2026
  • ଇରାନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଲେ ନିମନ୍ତ୍ରଣ
    ଦେଶ-ଦେଶାନ୍ତର

    ଇରାନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଲେ ନିମନ୍ତ୍ରଣ

    15469
    Jun 24, 2026
  • ହୋର୍ମୁଜ୍ ପାର୍ କଲା ଆଉ ୩୦ ଜାହାଜ
    ଦେଶ-ଦେଶାନ୍ତର

    ହୋର୍ମୁଜ୍ ପାର୍ କଲା ଆଉ ୩୦ ଜାହାଜ

    15201
    Jun 25, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ

    15539
    Jun 25, 2026
  • ଦେଶ-ଦେଶାନ୍ତର

    ଇରାନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଲେ ନିମନ୍ତ୍ରଣ

    15469
    Jun 24, 2026
  • ଦେଶ-ଦେଶାନ୍ତର

    ହୋର୍ମୁଜ୍ ପାର୍ କଲା ଆଉ ୩୦ ଜାହାଜ

    15201
    Jun 25, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16945
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17562
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17613
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18009
    Sep 06, 2023

ବିଶେଷ

  • ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁ ଫୁଲ, ମିଳିବ ଏହି ଫାଇଦା

    15126
    Jun 24, 2026
  • ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ଏହିସବୁକୁ ଦିଅନ୍ତୁ ଧ୍ୟାନ

    15212
    Jun 22, 2026
  • ରାତିରେ ଶୋଇବା ପୂର୍ବରୁ ଗାଧୋଇଲେ ମିଳିଥାଏ ଏହିସବୁ ଲାଭ

    15040
    Jun 21, 2026
  • ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ

    15652
    Jun 20, 2026
  • ଅଧିକ ପିଆଜ ଖାଇଲେ କଣ କଣ ହୋଇଥାଏ ଜାଣନ୍ତୁ....

    14515
    Jun 19, 2026

ବାଣିଜ୍ୟ

ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

ମୁମ୍ବାଇ, ଭାରତ । ଜୁନ ୧୬, ୨୦୨୬: ଭାରତରେ ଫିଟ୍‌ନେସ୍‌ ଉପକରଣର ସ୍ୱୟଂଚାଳିତ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଜେରାଇ ଫିଟ୍‌ନେସ୍‌ ଲିମିଟେଡ ରିବକ୍‌କୁ ଏହାର ପଣ୍ୟଦ୍ରବ୍ୟ ଓ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13787
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14881
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15493
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15245
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇରାନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଲେ ନିମନ୍ତ୍ରଣ

    15469
    Jun 24, 2026
  • ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ, ଏଯାଏଁ ୩୨ ମୃତ

    14964
    Jun 25, 2026
  • ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛୁ: ମୋଦି

    14814
    Jun 25, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In