ଦିଲ୍ଲୀ ଏମସ୍ର ୫ଟି ସର୍ଭର ହ୍ୟାକ କଲା ଚାଇନା
ଦିଲ୍ଲୀ ଏମସ୍ର ସର୍ଭରକୁ ଚାଇନା ହ୍ୟାକ କରିଥିବା ସ୍ପଷ୍ଟ ହୋଇଯାଇଛି । ପାଖାପାଖି ୧୦୦ଟି ସର୍ଭରରୁ (୪୦ଟି ଫିଜିକାଲ ଓ ୬୦ଟି ଭର୍ଚୁଆଲ) ୫ଟି ସର୍ଭରରେ ଚାଇନା ଅନୁପ୍ରବେଶ କରିଥିବା ସୂଚନା ମିଳିଛି। ତେବେ ଠିକ୍ ସମୟରେ ଅଧିକାରୀମାନେ ସଜାଗ ହେବାରୁ ଏହି ବିପଦକୁ ଏଡ଼ାଇ ଦିଆଯାଇ ପାରିଛି। ତଥାପି ଲକ୍ଷାଧିକ ରୋଗୀଙ୍କ ତଥ୍ୟକୁ ଗାଏବ କରାଯାଇଥିବା ସୂଚନା ମିଳିଛି।
ଏହାକୁ ନେଇ ଦିଲ୍ଲୀ ପୁଲିସ ଅଧିନରେ ଥିବା ଇଣ୍ଟେଲିଜେନ୍ସ ଫ୍ୟୁଜନ ଏଣ୍ଡ ଷ୍ଟାଟର୍ଜିକ ଅପରେସନ୍ସ (ଆଇଏଫଏସଓ)ରେ ଏକ ସାଇବର ଆତଙ୍କବାଦ ମାମଲା ରୁ୍ଜୁ କରାଯାଇଛି ।
ଆଇଏଫ୍ଏସ୍ଓ ଅନୁଯାୟୀ ଜେନାନ ଓ ହଂକଂରୁ ଏହି ହ୍ୟାକିଂ ହୋଇଥିଲା । ହ୍ୟାକିଂ ସମୟରେ ବ୍ୟକ୍ତିଗତ ଡାଟା ମଧ୍ୟ ଲିକ୍ ହୋଇଥିଲା। ଏହି ଡାଟା ଡାର୍କ ୱେବ୍ର ମୁଖ୍ୟ ଡୋମେନ୍ ରେ ଥିବାର ସମ୍ଭାବନା ରହିଛି। ହ୍ୟାକର୍ସ ଏମ୍ସକୁ ୨୦୦ କୋଟି ଟଙ୍କା ମାଗିଥିଲେ ଏବଂ କ୍ରିପ୍ଟୋକରେନ୍ସିରେ ଅର୍ଥ ପୈଠ କରିବାକୁ କହିଥିଲେ। ତେବେ ଦିଲ୍ଲୀ ପୁଲିସ ଅର୍ଥ ମାଗିବା ଦାବିକୁ ଖାରଜ କରି ଦେଇଛି।
Powered by Froala Editor