ବିଜେଡି ୧୦,୭୦୪ ଖଣ୍ଡ ଭୋଟରେ ଆଗୁଆ

ଭୁବନେଶ୍ୱର: ପଦ୍ମପୁରରେ ଫୁଲ ମଉଳିଯିବ । କାରଣ ଯାହା ଟ୍ରେଣ୍ଡ ସାମନାକୁ ଆସୁଛି ସେଥିରୁ ତାହା ହିଁ ଜଣାପଡ଼ୁଛି । ମାଡ଼ି ଚାଲିଛି ବିଜେଡି । ଭୋଟ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । ବିରୋଧୀଙ୍କୁ ପଛରେ ପକାଇ ଦ୍ରତ ଗତିରେ ଆଗେଇ ଚାଲିଛି ବିଜେଡି । ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପଛରେ ପକାଇ ଆଗକୁ ଆଗକୁ ମାଡ଼ି ଚାଲିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ପ୍ରଥମ ରାଉଣ୍ଡ ଭୋଟ ଗଣତି ଠାରୁ ହିଁ ବିଜେଡି ଆଗୁଆ ରହିଛି । ମୋଟ ୨୩ ରାଉଣ୍ଡ ଭୋଟ ଗଣତି ହେବାକୁ ଥିବାବେଳେ ଏବେ ସୁଦ୍ଧା ଷଷ୍ଠ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ଆଉ ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ୧୦,୭୦୪ ଖଣ୍ଡ ଭୋଟରେ ଆଗୁଆ ରହିଥିବା ଜଣାଯାଇଛି । ପଦ୍ମପୁରରେ ବିଜେଡି ତା’ର ଆସନ ବଜାୟ ରଖୁଛି ନା ଧାମନଗର ପରି ପଦ୍ମପୁରରେ ପଦ୍ମ ଫୁଟାଇବ ବିଜେପି, ତା’ ଉପରେ ସମସ୍ତଙ୍କ ନଜର । ବିଜେଡି ପ୍ରାର୍ଥୀ ବର୍ଷା ବରିହା ସିଂ, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ ୧୦ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ୨୩ ରାଉଣ୍ଡ ଗଣନା ପରେ ଫଳାଫଳ ବାହାରିବ । ତେବେ ରାଉଣ୍ଡ-୬ ଗଣତି ଶେଷ ସୁଦ୍ଧା କାହାକୁ କେତେ ଭୋଟ ମିଳିଛି ଆସନ୍ତୁ ଜାଣିବା
ପ୍ରଦୀପ ପୁରୋହିତ(ବିଜେପି)- ୩୩୬୬ ମୋଟ-୨୧୧୮୨
ବର୍ଷା ସିଂ ବରିହା(ବିଜେଡି)-୫୬୮୮ ମୋଟ-୩୧୮୮୬
ସତ୍ୟଭୂଷଣ ସାହୁ(କଂଗ୍ରେସ-)୧୨୫ ମୋଟ-୯୭୦
ବିଦ୍ୟାଧର ପାଣ୍ଡଭ-୧୩ ମୋଟ-୮୦
ମୁକ୍ତେଶ୍ୱର ଦାସ-୧୧ ମୋଟ-୬୦
ଉଦିତ ବନ୍ଦିଆ-୨୫ ମୋଟ-୧୧୨
ଗଙ୍ଗାଧର ସାହା-୨୦ ମୋଟ-୧୧୬
ଦେବରଚନ ନାୟକ-୨୩ ମୋଟ-୧୩୪
ବୃନ୍ଦାବନ ପରୋହିତ-୨୫ ମୋଟ-୧୪୩
ସହଦେବ ସାହୁ-୪୬ ମୋଟ-୩୧୭
ନୋଟା-୭୭ ମୋଟ-୫୫୦
Powered by Froala Editor