ପଦ୍ମପୁର ଉପନିର୍ବାଚନରେ:ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ

ଭୁବନେଶ୍ୱର: ପଦମପୁର ଫାଇଟରେ କିଏ ମାରିବ ବାଜି ? କିଏ ପିନ୍ଧିବ ବିଜୟ ଟୀକା ? ୨୦୨୪ ପୂର୍ବରୁ କଣ ରାୟ ଦେବ ପଦମପୁର । କଣ କହୁଛି ଜନାଦେଶ । ଧଡ଼ଧଡ଼ ହେଲାଣି ନେତାଙ୍କ ଛାତି । ଷ୍ଟ୍ରଙ୍ଗ ରୁମ ଖୋଲିବା ପରେ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ ପେପର ଗଣିତହେବା ପରେ ଏବେ ଇଭିଏମ ଭୋଟ ଗଣତି ଆରମ୍ଭ ହୋଇଛି । । ୧୪ଟି ଟେବୁଲେ ୩୧୯ଟି ବୁଥର ଗଣତି ବ୍ୟବସ୍ଥା କରାଯାଇଛି । ମୋଟ ୨୩ଟି ରାଉଣ୍ଡରେ ହେବ ଭୋଟ ଗଣତି । ପଦ୍ମପୁର ଆସନ ହାତେଇବାକୁ ପ୍ରମୁଖ ଦାବିଦାର ହେଉଛନ୍ତି ବିଜେପିର ପ୍ରଦୀପ ପୁରୋହିତ, ବିଜେଡିର ବର୍ଷା ସିଂ ବରିହା ଓ କଂଗ୍ରେସର ସତ୍ୟଭୂଷଣ ସାହୁ । ସେମାନଙ୍କ ମଧ୍ୟରୁ ପଦ୍ମପୁରବାସୀ କାହାକୁ ନିଜ ନେତା ବାଛିବେ ତାହା ଆଜି ହିଁ ସ୍ପଷ୍ଟ ହୋଇଯିବ । ତେବେ ପ୍ରଥମ ରାଉଣ୍ଡରେ ହିଁ ବିଜେଡି ଆଗୁଆ ରହିଥିବା ସୂଚନା ମିଳିଛି । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଆଗୁଆ ରହିଥିବା ସୂଚନା ମିଳିଛି । ପ୍ରଥମ ରାଉଣ୍ଡରେ ୧୭୧୨ଖଣ୍ଡ ଭୋଟରେ ବିଜେଡି ଆଗୁଆ ରହିଥିବା ଜଣାଯାଇଛି ।
ପଦ୍ମପୁର ଉପନିର୍ବାଚନ ପାଇଁ ୩୧୯ଟି ବୁଥ୍ ହୋଇଥିବା ବେଳେ ୧୪ଟି ଟେବୁଲ୍ କରାଯାଇଛି । ୨୩ ରାଉଣ୍ଡରେ ଗଣତି ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହା
Powered by Froala Editor