ଆରମ୍ଭ ହେଲା ଗଣତି : ଆଜି ପଦ୍ମପୁରକୁ ମିଳିବ ନେତା

ଭୁବନେଶ୍ୱର: ଆଜି ପଦ୍ମପୁରକୁ ମିଳିବ ନେତା। ସକାଳ ୮ଟାରୁ ଆରମ୍ଭ ହୋଇଛି ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣନା ହେବ । ଏହା ପରେ ଆରମ୍ଭ ହେବ ଇଭିଏମ୍ ଭୋଟ୍ କାଉଣ୍ଟିଂ ।ପଦ୍ମପୁର ଉପନିର୍ବାଚନ ପାଇଁ ୩୧୯ଟି ବୁଥ୍ ହୋଇଥିବା ବେଳେ ୧୪ଟି ଟେବୁଲ୍ କରାଯାଇଛି । ୨୩ ରାଉଣ୍ଡରେ ଗଣତି ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ ସୂଚନା ଦେଇଛନ୍ତି ।
ସମସ୍ତ ବୁଥ୍ ଗଣତି ସରିଲେ ୫ଟି ବୁଥର ଭିଭିପାଟ୍ ମ୍ୟାଚ କରାଯିବ । ଗଣତି ପାଇଁ ବିଏସ୍ଏଫ୍, ରାଜ୍ୟ ସଶସ୍ତ୍ର ପୁଲିସ୍ ବାହିନୀ ଓ ଜିଲ୍ଲା ପୁଲିସ୍କୁ ନେଇ ହୋଇଛି ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା । କେବଳ ଅନୁମତି ମିଳିଥିବା ବ୍ୟକ୍ତିଙ୍କୁ ହିଁ ଗଣତି କେନ୍ଦ୍ର ପରିସରକୁ ଛଡାଯିବ। ଗଣତି କେନ୍ଦ୍ରକୁ ମୋବାଇଲ ନେବା ଉପରେ କଟକଣା ଜାରି କରାଯାଇଛି ।
ପଦ୍ମପୁର ଆସନ ହାତେଇବାକୁ ପ୍ରମୁଖ ଦାବିଦାର ହେଉଛନ୍ତି ବିଜେପିର ପ୍ରଦୀପ ପୁରୋହିତ, ବିଜେଡିର ବର୍ଷା ସିଂ ବରିହା ଓ କଂଗ୍ରେସର ସତ୍ୟଭୂଷଣ ସାହୁ । ସେମାନଙ୍କ ମଧ୍ୟରୁ ପଦ୍ମପୁରବାସୀ କାହାକୁ ନିଜ ନେତା ବାଛିବେ ତାହା ଆଜି ହିଁ ସ୍ପଷ୍ଟ ହୋଇଯିବ ।
Powered by Froala Editor