ବିଜେଡି ସୁପ୍ରିମୋଙ୍କ ଡ଼କରା, ନବୀନ ନିବାସରେ ଚାଲିଛି ବୈଠକ

ଭୁବନେଶ୍ୱର: ନବୀନ ନିବାସରେ ଶାସକ ଦଳର ରୁଦ୍ଧ ଦ୍ୱାର ବୈଠକ । ୫୦ରୁ ଉର୍ଦ୍ଧ୍ୱ ନେତାଙ୍କୁ ବିଜେଡି ସୁପ୍ରିମୋଙ୍କ ଡ଼କରା । ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରଗଡ଼ ପର୍ୟ୍ୟବେକ୍ଷକ ସୁଧୀର ସାମଲ, ମନ୍ତ୍ରୀ ରୋହିତ ପୂଜାରୀ, ବିଧାୟକ ବ୍ରଜ ପ୍ରଧାନ ଓ ସୁଶାନ୍ତ ରାଉତଙ୍କ ଭଳି ଅନେକ ବଡ଼ ବଡ଼ ନେତାଙ୍କୁ ଚାଲିଛି ବୈଠକ ।
ତେବେ ପଦ୍ମପୁର ନିର୍ବାଚନ ସମ୍ପର୍କରେ ବୈଠକରେ ଫିଡବ୍ୟାକ ନିଆଯାଉଥିବା କୁହାଯାଉଛି । ପଦ୍ମପୁର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ନେତାମାନଙ୍କ ଠାରୁ ଫିଡବ୍ୟାକ ନିଆଯାଉଥିବା କୁହାଯାଉଛି ।
ଉଲ୍ଲେଖଯୋଗ୍ୟ, ପଦ୍ମପୁରରେ ୩୧୯ଟି ବୁଥରେ ନିର୍ବାଚନମଣ୍ଡଳୀର ୮୧.୨୯ ପ୍ରତିଶତ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।ଧାମନଗର ଉପନିର୍ବାଚନରେ ମତଦାନ ହାର ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ପ୍ରାୟ ୩ ପ୍ରତିଶତ କମ୍ ରହିଥିଲାବେଳେ ପଦ୍ମପୁର ଉପନିର୍ବାଚନରେ ମତଦାନ ହାର ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଅଧିକ ୨.୨୪% ରହିଛି । ସେହିପରି ୨୦୧୯ ସାଧାରଣ ନିର୍ବାଚନରେ ମତଦାନ ହାର ୭୯.୦୫% ( ୨ଲକ୍ଷ ୧ହଜାର ୯୨୮) ଥିବାବେଳେ ୨୦୧୪ରେ ୭୯.୧୬%, ୨୦୦୯ରେ ୭୫.୫୧%, ୨୦୦୪ରେ ୭୪.୦୯% ଓ ୨୦୦୦ ମସିହା ବିଧାନସଭା ନିର୍ବାଚନରେ ପଦ୍ମପୁରରେ ମତଦାନ ହାର ୬୪.୧୯% ରହିଥିବା ଜଣାପଡ଼ିଛି।
Powered by Froala Editor