କାର ଧକ୍କାରେ ଚାଲିଗଲା ସ୍ୱାମୀ ସ୍ତ୍ରୀଙ୍କ ଜୀବନ

ଦାରିଙ୍ଗବାଡି,: କାର ଧକ୍କାରେ ଚାଲିଗଲା ବୃଦ୍ଧ ସ୍ୱାମୀ ସ୍ତ୍ରୀଙ୍କ ଜୀବନ। ଦାରିଙ୍ଗବାଡି ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥ କିରୀକୁଟି ହାଇସ୍କୁଲ ନିକଟ ପୋଲ ଉପରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକ ହେଲେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କୁମ୍ଭାରମୁଣ୍ଡା କଲୋନୀ ସାହିର ବୃଦ୍ଧ କାମଦେବ ଦିଗାଲ(୬୦ ବର୍ଷ) ଓ ତାଙ୍କ ସ୍ତ୍ରୀ ବିବିକା ଦିଗାଲ(୫୫ ବର୍ଷ)।
ସୂଚନାନୁଯାୟୀ, କିଛି ପର୍ୟ୍ୟଟକ ବଲାଙ୍ଗିରରୁ ଦାରିଙ୍ଗବାଡ଼ି ବୁଲି ଆସି ଫେରୁଥିବା ସମୟରେ ୫୯ ନମ୍ବର ଜାତୀୟ ରାଜପଥ କିରୀକୁଟି ହାଇସ୍କୁଲ ନିକଟ ପୋଲ ଉପରେ ଏକ ଲୁନା ଗାଡିକୁ ଧକ୍କା ଦେଇଥିଲେ। ଫଳରେ ଲୁନା ଗାଡିରେ ଯାଉଥିବା ବୃଦ୍ଧା ବିବିକା ଦିଗାଲଙ୍କର ମୃତ୍ୟୁ ହୋଇଥିବା ବେଳେ କାମଦେବ ଦିଗାଲ ଗୁରୁତର ହୋଇଥିଲେ। ଘଟଣା ସ୍ଥଳରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ, ଏଏସଆଇ ସୁବାସ ଚନ୍ଦ୍ର ବାଏକ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ କାମଦେବଙ୍କୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ହେଲେ ସେଠାରେ କାମଦେବ ଆଖି ବୁଜିଛନ୍ତି। ସେପଟେ କାର୍ ଓ ଲୁନା ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ। କାମଦେବ ଦିଗାଲ ଓ ବିବିକା ଦିଗାଲ ବାଲିଗୁଡାର ମହାସିଙ୍ଗ ଯାଇ ଫେରିବା ବାଟରେ ଏହି ଦୁର୍ଘଟଣା ଘଟିଛି।
Powered by Froala Editor