୧ଟା ୪୫ରେ ମୁଖ୍ୟ ସଚିବ କରିବେ ବଡ ଘୋଷଣା
ଭୁବନେଶ୍ୱର : ଦିନ ୧ଟା ୪୫ରେ ମୁଖ୍ୟସଚିବ ସୁରେଶ ମହାପାତ୍ର ପ୍ରେସମିଟ କରିବେ । ପ୍ରେସମିଟରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ । ସମ୍ଭବତଃ ଲକଡାଉନ ବୃଦ୍ଧି ନେଇ ସେ ଘୋଷଣା କରିବେ ବୋଲି ଆଶା କରାଯାଉଛି ।
ସୂଚନାଯୋଗ୍ୟଯେ, ଆସନ୍ତା ୧୯ ପର୍ଯ୍ୟନ୍ତ ଲକଡାଉନ କରାଯାଇଛି । ତେବେ ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହୁଥିବାରୁ ଆଉ ଦୁଇ ସପ୍ତାହ ଲକଡାଉନ ବୃଦ୍ଧି ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ତେଣୁ ରାଜ୍ୟରେ ଲକଡାଉନ ବୃଦ୍ଧି କରାଯିବ ବୋଲି ଆଶା କରାଯାଉଛି । ଅପରପକ୍ଷରେ ଗତକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସଂକ୍ରମଣ ରୋକିବା ନେଇ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ଘରକୁ ଘର ବୁଲି ସର୍ଭେ କରାଯିବାକୁ ନିଷ୍ପତି ନିଆଯାଇଛି । ଏତଦବ୍ୟତୀତ ବହୁ ନିଷ୍ପତି ନେଇଛନ୍ତି ନବୀନ ।
Powered by Froala Editor