କୋଲକାତା ମେୟରଙ୍କ ଘୋଷଣା : ସହରର ସବୁ ହୁକ୍କା ବାର୍ ବନ୍ଦ
ମଦ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଥିବା ଅଭିଯୋଗ କରି ଟିଏମ୍ସି ସରକାର କୋଲକାତାରେ ହୁକା ବାର ବ୍ୟାନ୍ କରିଛନ୍ତି । ସହରରେ ଯେଉଁମାନେ ହୁକା ବାର ଚଳାଉଛନ୍ତି କୋଲକାତା ମ୍ୟୁନିସିପାଲ କର୍ପୋରେସନ(କେଏମ୍ସି) ସେମାନଙ୍କର ଲାଇସେନ୍ସ ରଦ୍ଦ କରିବ ବୋଲି କୋଲକାତା ମେୟର ଫିରାଦ ହକିମ ଘୋଷଣା କରିଛନ୍ତି।
ସେ କହିଛନ୍ତି “ହୁକ୍କାରେ କିଛି ମାଦକ ଦ୍ରବ୍ୟ ବ୍ୟବହାର କରାଯାଉଛି। ଫଳରେ ଯୁବଗୋଷ୍ଠୀଙ୍କୁ ହୁକ୍କାର ଅଭ୍ୟାସ ଲାଗିଯାଉଛି। ତେଣୁ ଏହାକୁ ଆମେ ବନ୍ଦ କରିବାକୁ ନିଷ୍ପତ୍ତି ନେଲୁ ବୋଲି ହାକିମ କହିଛନ୍ତି। ସହରରେ ଯେଉଁ ରେସ୍ତୋରାଁ ଗୁଡ଼ିକୁ ହୁକ୍କା ବାର ଚଳାଉଥିବେ ସେଗୁଡିକର ଲାଇସେନ୍ସ ରଦ୍ଦ ହେବ ବୋଲି କଏମ୍ସି ଚେତାବନୀ ଦେଇଥିବା ହାକିମ କହିଛନ୍ତି। ହୁକ୍କା ବାରଗୁଡ଼ିକୁ ବନ୍ଦ କରିବାକୁ ସମସ୍ତଙ୍କୁ ଅନୁରୋଧ କରିବୁ ବୋଲି ଆଜି ଆମେ ନିଷ୍ପତ୍ତି ନେଇଛୁ। ସମସ୍ତ ରେସ୍ତୋରାଁରେ ବି ଏହି ହୁକ୍କା ବାର ବନ୍ଦ ରହିବ ବୋଲି ସେ କହିଛନ୍ତି ।”
Powered by Froala Editor