ଇଡି ଜାଲରେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ
ଭୁବନେଶ୍ୱର: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜାଲରେ ପଡିଛନ୍ତି ଆଉ ଜଣେ । ଆଜି ଇଡିରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ। ପୂର୍ବରୁ ପ୍ରମୋଦ ସ୍ବାଇଁଙ୍କ ଘରେ ଭଡା ରହୁଥିଲେ ଅର୍ଚ୍ଚନା। ପ୍ରଯୋଜକ ତଥା ବିଲ୍ଡର ପ୍ରମୋଦ ସ୍ୱାଇଁଙ୍କୁ ଇଡି ସମନ କରିଥିବା ସୂଚନା ମିଳିଛି।
ସୂଚନା ମୁତାବକ, ଅର୍ଚ୍ଚନା ନାଗ ଗିରଫ ପରେ ଅର୍ଥ ହେର୍ଫେର୍ ମାମଲାର ଖୋଲତାଡ଼ କରୁଛି ଇଡି । ଅର୍ଚ୍ଚନାଙ୍କ ସହ ଲିଙ୍କରେ ଥିବା ବ୍ୟବସାୟୀ ଓ ସହଯୋଗୀ ପ୍ରର୍ୟ୍ୟାୟକ୍ରମେ ଡାକି ଜେରା କରୁଛି ଇଡି। ଓଡିଆ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା, ଅର୍ଚ୍ଚନାର ଡ୍ରାଇଭର ଚନ୍ଦନ ଓ ବିଜନେସ୍ ପାର୍ଟନର୍ ଖଗେଶ୍ୱରଙ୍କୁ ଜେରା ସରିଛି ଇଡି। ଆଜି ଏହି କ୍ରମରେ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କୁ ଇଡି ସମନ କରିଛି। ସେ ଇଡି ଅଫିସରେ ହାଜର ହେବା ପରେ ଜେରା କରାଯିବ।
Powered by Froala Editor