ଠକି ପାରିବେନି ଆମ୍ବୁଲାନ୍ସ : ଦର ଧାର୍ଯ୍ୟ କଲେ ସରକାର

କୋଭିଡ ସମୟରେ ରାଜ୍ୟ ସରକାର ଆମ୍ବୁଲାନ୍ସ ଦର ନିର୍ଦ୍ଧାରଣ କରିଛନ୍ତି । ଏ ନେଇ ରାଜ୍ୟ ସରକାର ରାଜ୍ୟ ପରିବହନ କର୍ତ୍ତୃପକ୍ଷ, ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ ଓ ଘରୋଇ ହସପିଟାଲର ଆମ୍ବୁଲାନ୍ସଗୁଡ଼ିକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଉଭୟ ରୋଗୀ ପରିବହନ ଆମ୍ବୁଲାନ୍ସ (ପିଟିଏ), ବେସିକ ଲାଇଫ ସପର୍ଟ ଆମ୍ବୁଲାନ୍ସ (ବିଏଲଏସ) ଓ ଡାଭାନ୍ସଡ ଲାଇଫ ସପୋର୍ଟ ଆମ୍ବୁଲାନ୍ସ (ଏଏଲଏସ) ପାଇଁ ସର୍ବୋଚ୍ଚ ଦର ନିର୍ଦ୍ଧାରଣ କରାଯ଼ାଇଛି ।
ପରିବହନ ବିଭାଗର ନିଷ୍ପତି ମୁତାବକ ରୋଗୀ ପରିବହନ ପାଇଁ ମାରୁତି ଓମିନି ଆମ୍ବୁଲାନ୍ସ ଭଡ଼ା ବାବଦରେ ୭୫୦ଟଙ୍କା ନେଇପାରିବେ । ସେହିପରି ମାରୁତି ଓମିନି ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଭଡ଼ା ଆକାରରେ ୧୦୦୦ଟଙ୍କା ନେଇପାରିବେ। ମହିନ୍ଦ୍ରା ବୋଲେରୋ ଶ୍ରେଣୀର ଆମ୍ବୁଲାନ୍ସ ଭଡ଼ା ୧୦୦୦ଟଙ୍କା । ମହିନ୍ଦ୍ରା ବୋଲେରୋ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଭଡ଼ା ୧୫୦୦ଟଙ୍କା ରହିଛି । ସେହିଭଳି ଓ୍ୱିଙ୍ଗର ଶ୍ରେଣୀଭୁକ୍ତ ଆମ୍ବୁଲାନ୍ସ ଭଡ଼ା ୧୨୫୦ ଟଙ୍କା ହୋଇଥିବାବେଳେ ଓ୍ୱିଙ୍ଗର ଶ୍ରେଣୀଭୁକ୍ତ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଭଡ଼ା ୨୦୦୦ଟଙ୍କା କରାଯାଇଛି ।
Powered by Froala Editor