ଉପକୂଳ ଓଡ଼ିଶାରେ ୩ ଡିଗ୍ରୀ କମିପାରେ ତାପମାତ୍ରା
ଭୁବନେଶ୍ୱର: ଆସନ୍ତା ୨୩ ତାରିଖରୁ ରାଜ୍ୟରେ ପାରଦ ତଳମୁହାଁ ହୋଇପାରେ । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ୩ ଡିଗ୍ରୀ କମିପାରେ । ଦକ୍ଷିଣ ଉପକୂଳରେ ୨୩ ଓ ୨୪ ତାରିଖରେ କୁହୁଡ଼ି ସମ୍ଭାବନା ଅଛି ।ତେବେ ୨୧ ଓ ୨୨ ତାରିଖ ଦକ୍ଷିଣ ଓଡିଶାରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ ଦେଇଛି ।
ଆଭ୍ୟନ୍ତର ଅଞ୍ଚଳରେ ୨୧ ତାରିଖ ରାତିରେ ତାପମାତ୍ରା ୨ ଡିଗ୍ରୀ ବଢିବ । ପର ଦୁଇ ଦିନ ଯାଏ ଏହା ବଦଳିବନି । ୨୪ସୁଦ୍ଧା ଏହା ୨ ଡିଗ୍ରୀ କମିବ । ୨୬ ଯାଏ ପାଗ ଶୁଖିଲା ଓ ଖରାଟିଆ ରହିବ ।
ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ସୋମବାର ଓ ମଙ୍ଗଳବାର ଦକ୍ଷିଣ ଓଡିଶାରେ ହାଲୁକା ବର୍ଷା ହୋଇପାରେ । ଗଜପତି, ଗଞ୍ଜାମ, କନ୍ଧମାଳ, ମାଲକାନଗିରି, ରାୟଗଡା, କୋରାପୁଟ ଓ ନବରଙ୍ଗପୁରରେ ବର୍ଷା ହୋଇପାରେ ।ରାଜ୍ୟରେ ୧୨ଟି ସ୍ଥାନର ତାପମାତ୍ରା ୧୫ଡିଗ୍ରୀ ତଳେ ରହିଛି ।
Powered by Froala Editor