‘କ୍ଲାନ୍ତ ଅପରାହ୍ନ’ରେ ଚାଲିଗଲେ ନନ୍ଦଲାଲ
ବରିଷ୍ଠ ଲେଖକ, ସଂଳାପକାର, ଚଳଚ୍ଚିତ୍ର ତଥା ଧାରାବାହିକ ନିର୍ଦ୍ଦେଶକ ନନ୍ଦଲାଲ ମହାପାତ୍ରଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ସେ ହୃଦରୋଗରେ ପୀଡିତ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଇହଲୀଳା ସମ୍ବରଣ କରିଛନ୍ତି l
ନନ୍ଦଲାଲ ଏକାଧିକ ଫିଲ୍ମ ଓ ଧାରବାହିକର କାହାଣୀ ଲେଖିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ନନ୍ଦଲାଲଙ୍କ ଅନବଦ୍ୟ ସୃଷ୍ଟି ମଧ୍ୟରୁ “ଶୀତ ରାତି, କ୍ଲାନ୍ତ ଅପରାହ୍ନ, ମଝି ପାହାଚ, କିଛି ସ୍ମୃତି କିଛି ଅନୁଭୂତି, ପର ଝିଅ ଘର ଭାଙ୍ଗେନା, ନୀରବ ଝଡ଼, ଅନ୍ଧ ଦିଗନ୍ତ, ନିଶିଥ ସ୍ବପ୍ନ, ଭିନ୍ନ ସମୟ, କୁହୁଡି, ସବୁ ମାୟାରେ ବାୟା, ତ୍ରିସନ୍ଧ୍ୟା, ଅଗ୍ନି ବୀଣା, ଭିଜା ମାଟିର ସ୍ୱର୍ଗ, ଗାଁ ର ନାଁ ଗାଲୁଆପୁର”, ଆଦି ଅନ୍ୟତମ l ତାଙ୍କର ଶେଷ ସିନେମା ଥିଲା ‘ଗାଁର ନାଁ ଗାଲୁଆପୁର’। ତାଙ୍କ ରଚିତ ୮ ଟି ଚଳଚ୍ଚିତ୍ର ଜାତୀୟ ପୁରସ୍କାର ଲାଭ କରିଥିଲା l ଧାରାବାହିକ ‘ସମାନ୍ତର’, ‘ଗୁରୁବାରୀ’, କଳାତ୍ମକ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଓ ‘କନିକା’ ଖୋଳପା, ସୀମାରେଖା, ସମ୍ପର୍କ, ଗୁରୁବାରୀ, ଦୁଃସମୟ ଇତ୍ୟାଦିର ସଂଳାପ ମଧ୍ୟ ସେ ଲେଖିଥିଲେ ଓ ସେଗୁଡ଼ିକ ବେଶ୍ ଲୋକାଦୃତ ହୋଇଥିଲା।
Powered by Froala Editor