ନବୀନଙ୍କୁ ଚିଠି ଲେଖିଲେ ନରେନ୍ଦ୍ର ସିଂ ତୋମାର

ଭୁବନେଶ୍ୱର: ରାଜ୍ୟର ମୁଖିଆଙ୍କୁ ଚିଠିରେ ନିଜ ଦାୟିତ୍ୱ ଅବଗତ କରାଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। କେନ୍ଦ୍ର କୃଷିମନ୍ତ୍ରୀ ଲେଖିଥିବା ଚିଠିରେ ମରୁଡି କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀ ବୀମା ରାଶି ପାଇନଥିବା ଉଲ୍ଲେଖ ରହିଛି । ଏପରିକି ବୀମା ରାଶି ପ୍ରଦାନ ନେଇ ପୂର୍ବରୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ବୀମା ରାଶି ଦେବାରେ ରାଜ୍ୟ ସରକାର ତତ୍ପରତା ଦେଖାଇନଥିବା ଚିଠିରେ ଉଲ୍ଲେଖ ଅଛି । ଏହା ସହ ରାଜ୍ୟ ସରକାର ନିୟମ ଭାଙ୍ଗିବାରୁ କୃଷି ବୀମା ମିଳିବାରେ ବିଳମ୍ବ ହୋଇଥିବା ଚିଠିରେ ଦର୍ଶାଯାଇଛି ।
Powered by Froala Editor