କୁକୁର ପାଇଁ ଝଗଡ଼ା

ଭୁବନେଶ୍ୱର: ଭୁବନେଶ୍ୱରର ନନ୍ଦନକାନନ ରୋଡ ତପସ୍ୱୀ କ୍ୟ୍ଯାମ୍ପସରେ ଘଟିଛି ଏକ ଅଘଟଣ । ଜଣେ ନାବାଳକକୁ କୁକୁର କାମୁଡ଼ି ଆହତ କରିବା ଘଟଣାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।
ଯାହା ସୂଚନା ରହିଛି ତପସ୍ୱୀ କ୍ୟାମ୍ପସରେ ପରିବାର ସହ ରହୁଛନ୍ତି ଶ୍ରାବଣୀ ପଟ୍ଟନାୟକ । ତାଙ୍କର ଗୋଟିଏ ପୋଷା କୁକୁର ଅଛି ।ଗତ ରବିବାର ଦିନ ଶ୍ରାବଣୀଙ୍କ ପୋଷା କୁକୁରଟିକୁ ଚେନ୍ରେ ବାନ୍ଧି ନିଜ ସାହିରେ ବୁଲାଉ ଥିବା ବେଳେ ପଡୋଶୀ ରୁତୁରାଜ ଖଟୋଇଙ୍କ କୁନି ପୁଅର ସାଇକେଲ ଚଳାଉ ଥିଲା । ଏହି ସମୟରେ ପିଲାଟି ଭାରସାମ୍ୟ ହରାଇ ସାଇକେଲ ସହ କୁକୁର ଉପରେ ପଡ଼ି ଯାଇଥିଲା । ଫଳରେ କୁକୁରଟି ପିଲାଟିକୁ କାମୁଡି ଦେଇଥିଲା ।କୁକୁରର ମାଲିକାଣୀ ପିଲାଟିକୁ ତୁରନ୍ତ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।ସମସ୍ତ ପ୍ରକାର ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ବୋଲି କହିଥିଲେ ।
ହେଲେ ଏହି ଘଟଣାକୁ ନେଇ ତପସ୍ୱୀ କ୍ଯାମ୍ପସର କିଛି ଲୋକ ଇନଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।କୁକୁର ମାଲିକଙ୍କୁ ଇନଫୋସିଟି ଥାନାକୁ ଡାକି ଥାନା ଅଧିକାରୀ ଦୁଇଦିନ ଭିତରେ ପୋଷା କୁକୁରଟିକୁ ଘରୁ ବାହାର କରିବାକୁ ଚାପ ପକାଇଥିଲେ । ଅନ୍ୟପକ୍ଷରେ ପୋଷା କୁକୁର ସୁରକ୍ଷା ଓ ତାର ବଞ୍ଚିବାର ଅଧିକାରକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।ଖାଲି ଏତିକି ନୁହେଁ ଆହତ ହୋଇଥିବା ଛୋଟ ପିଲାଟିର ପରିବାର ଲୋକେ ଶ୍ରାବଣୀ ପଟ୍ଟନାୟକଙ୍କୁ ଏସିଡ ପକାଇ ମାରିବା ପାଇଁ ମଧକ ଦେଇଥିବା ଶ୍ରାବଣୀ ଅଭିଯୋଗ କରିଛନ୍ତି। ଏହାର ସିସିଟିଭି ଫୁଟେଜ ମଧ୍ୟ ଏବେ ସମ୍ନାକୁ ଆସିଛି ।
ତେବେ ବୁଝାମଣା ପରେ କୁକୁର ‘ସିଜର’କୁ ତପସ୍ୱିନୀ କ୍ୟାମ୍ପସରୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।
Powered by Froala Editor