ବାର୍ ଆସୋସିଏସନକୁ ନୋଟିସ୍, ଜାଣନ୍ତୁ କିହିଁକି?

କଟକ: ଆନ୍ଦୋଳନରତ ବାର୍ ଆସୋସିଏସନକୁ ନୋଟିସ୍ । ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ନୋଟିସ୍ ଦିଆଯାଇଛି । ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଦିଆଯାଇଛି ନିର୍ଦ୍ଦେଶ । ନଚେତ୍ ଆନ୍ଦୋଳନରେ ସାମିଲ ଥିବା ଆଇନଜୀବୀଙ୍କ ଲାଇସେନ୍ସ ବାତିଲ୍ କରାଯିବ। ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ନିଷ୍ପତ୍ତିକ୍ରମେ ଏହି ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟରେ ଓକିଲ ମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ଗତ ଜାନୁଆରୀ ମାସରୁ ସେପ୍ଚେମ୍ବର ମଧ୍ୟରେ ୨ଲକ୍ଷ ୧୪ ହଜାର ୧୭୬ ଘଣ୍ଟା କୋର୍ଟ ସମୟ ନଷ୍ଟ ହୋଇଛି। ଏଭଳି ଆନ୍ଦୋଳନ ଯୋଗୁ ସାଧାରଣ ଲୋକ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ବରଦସ୍ତ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୮ ତାରିଖରେ ହେବ ।
Powered by Froala Editor