ଆଜି ବିଜେଡି କରିପାରେ ପ୍ରାର୍ଥୀ ଘୋଷଣା

ପଦମପୁର: ବଢୁଛି ପଦମପୁର ପାରା। ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପଦମପୁର ଉପନିର୍ବାଚନ ତିନି ପ୍ରମୁଖ ଦଳ ପାଇଁ ବହୁତ ଖାସ୍। ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଉପନିର୍ବାଚନ ହେଉଛି ।
୨୦୧୯ରେ ପଦମପୁରରେ ବିଜେପି ପ୍ରାର୍ଥୀ ହୋଇ ହାରିଥିବା ପ୍ରଦୀପ ପୁରୋହିତକୁ ଦଳ ପୁଣି ଥରେ ଟିକେଟ୍ ଦେଇଛି । ସେହିପରି କଂଗ୍ରେସ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି । ବିଜେଡି କାହାକୁ କରିବ ଯୋଦ୍ଧା, ଆଜି ଘୋଷଣା କରାଯାଇପାରେ । ବଡ଼ ବ୍ୟବଧାନରେ ବିଜୟ ପାଇଁ ବିଜେଡି ସମରସଜ୍ଜା କରୁଛି ।
ଡିସେମ୍ବର ୫ ପଦମପୁର ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଜୋରଦାର ପାଗ ଭିଡ଼ିଛନ୍ତି । ୨ଲକ୍ଷ ୫୭ ହଜାର ୪୭୪ ଭୋଟର ପଦମପୁରର ନୂଆ ନେତା ବାଛିବେ।
Powered by Froala Editor