ଅପରାହ୍ଣ ୫ଟାରେ ପ୍ରକାଶ ପାଇବ ପ୍ରଥମ ପର୍ୟ୍ୟାୟ ପ୍ରୋଭିଜନାଲ୍ ସିଟ୍ ଆଲୋଟ୍ମେଣ୍ଟ ତାଲିକା
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ମେଡିକାଲ୍ କଲେଜରେ ଏମ୍ବିବିଏସ୍ ଓ ବିଡିଏସ୍ ନାମଲେଖା ପ୍ରକ୍ରିୟା ଜାରି ରହିଛି । ବୁଧବାର ଅପରାହ୍ଣ ୫ଟାରେ ପ୍ରଥମ ପର୍ୟ୍ୟାୟ ପ୍ରୋଭିଜନାଲ୍ ସିଟ୍ ଆଲୋଟ୍ମେଣ୍ଟ ତାଲିକା ପ୍ରକାଶ ପାଇବ । ଏହା ପରେ ୨୮ ତାରିଖରେ ଚୂଡ଼ାନ୍ତ ତାଲିକା ବାହାରିବ । ଛାତ୍ରଛାତ୍ରୀମାନେ ସେହିଦିନ ସଂଧ୍ୟା ପରଠାରୁ ନାମଲେଖା ପାଇଁ ଆଲଟ୍ମେଣ୍ଟ ଲେଟର ଡାଉନଲୋଡ୍ କରିପାରିବେ । ପ୍ରୋଭିଜନାଲ୍ ନାମଲେଖା ୩୦ରୁ ୪ ତାରିଖ ମଧ୍ୟରେ ଚାଲିବ । ଏହି ପର୍ୟ୍ୟାୟ ନାମଲେଖା ପରେ ଖାଲିଥିବା ସିଟ୍ର ତାଲିକା ନଭେମ୍ବର ୬ରେ ବାହାରିବ ।
ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ପାଇଁ ନଭେମ୍ବର ୭ରୁ ୧୦ ମଧ୍ୟରେ ଛାତ୍ରଛାତ୍ରୀ ଆବେଦନ କରିବେ । ଏହା ପରେ ୧୨ ତାରିଖରେ ଦ୍ୱିତୀୟ ପର୍ୟ୍ୟାୟ ସିଟ୍ ଆଲଟ୍ମେଣ୍ଟ ହେବ । ଏହାର ନାମଲେଖା ୧୨ରୁ ୧୪ ତାରିଖ ଭିତରେ ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ ମୁଖ୍ୟ କାର୍ୟ୍ୟାଳୟରେ କରାଯିବ ବୋଲି ଓଜେଇଇ ପକ୍ଷରୁ ସୂଚନା ମିଳିଛି ।
Powered by Froala Editor