ହସ୍ପିଟାଲର ଚଟାଣ ସଫା କଲେ ମିଜୋରମ ଶକ୍ତି ଏବଂ ବିଦ୍ୟୁତ୍ ବିଭାଗ ମନ୍ତ୍ରୀ
କରୋନା ଲଢେଇରେ ସମସ୍ତେ ଲାଗିଛନ୍ତି । ଦ୍ୱିତୀୟ ଲହର ଘାତକ ସାଜିଥିବାବେଳେ ଅଧିକ ସତର୍କ ହୋଇଛନ୍ତି । ସମସ୍ତେ ନିଜ ନିଜ କର୍ତ୍ତବ୍ୟ ତୁଲାଇବାରେ ଲାଗି ପଡିଛନ୍ତି ଏଭଳି ସମୟ ଭିତରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓକୁ ଦେଖିବା ପରେ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି । ଭିଡିଓରେ ଦେଖାଯାଉଛି କି, ଏକ କୋଭିଡ ହସ୍ପିଟାଲ ଭିତରେ ଜଣେ କରୋନା ଆକ୍ରାନ୍ତ ଝାଡୁ ମାରୁଛନ୍ତି । ଝାଡୁ ମାରୁଥିବା ଲୋକ ଜଣକ ହେଉଛନ୍ତି ମିଜୋରମ ସରକାରରେ ମନ୍ତ୍ରୀ ଥିବା ଲାଲଜର୍ଲିୟାନା । କୁହାଯାଉଛି କି ସେ କରୋନାରେ ସଂକ୍ରମିତ ହୋଇ ସେହି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
୭୧ ବର୍ଷିୟ ଲାଲଜର୍ଲିୟାନା ମିଜୋରମ ସରକାରରେ ଶକ୍ତି ଏବଂ ବିଦ୍ୟୁତ୍ ବିଭାଗ ମନ୍ତ୍ରୀ ଅଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି କି ସେ ମେଡିକାଲ ଗାଉନ ପିନ୍ଧି ହାତରେ ଝାଡୁ ଧରି ମେଡିକାଲର ଚଟାଣ ସଫା କରୁଛନ୍ତି । ଏହି ମେଡିକାଲ ନାମ ଜୋରାମ ମେଡିକାଲ କଲେଜ । ଏବେବି ସେଠାରେ ମନ୍ତ୍ରୀ ଜଣଙ୍କ ନିଜ ପତ୍ନୀ ଓ ପୁଅ ସହିତ ଚିକିତ୍ସିତ ହେଉଛନ୍ତି ।
ତେବେ ଏନେଇ ଗଣମାଧ୍ୟମ ସଂସ୍ଥା ପିଟିଆଇକୁ ସେ ଦେଇଥିବା ଇଣ୍ଟରଭିଉରେ କହିଛନ୍ତି ଯେ ସେ ଏହା କୌଣସି ଡାକ୍ତର ବା ନର୍ସଙ୍କୁ ଶିକ୍ଷା ଦେବା ପାଇଁ କରିନାହାନ୍ତି l ସେ ସମାଜକୁ କିଛି ଭଲ ବାର୍ତ୍ତା ଦେବା ପାଇଁ ଏହା କରିଛନ୍ତି l ଏଥିରୁ ସମସ୍ତେ ଶଖିବାର ଅଛି ବୋଲି ସେ କହିଛନ୍ତି l ତାଙ୍କ ପାଇଁ ଏଇ କାମ କିଛି ନୂଆ ନୁହେଁ ବୋଲି ସେ କହିଛନ୍ତି l ସମୟ ମିଳିଲେ ସେ ନିଜେ ଘର ସଫା କରିବା ସହିତ ଜିନିଷ ପତ୍ର ଦାୟିତ୍ୱର ସହ ସଜାଇ ରଖିଥାନ୍ତି ବୋଲି କହିଛନ୍ତି l
Powered by Froala Editor