କରୋନାର ହେଉ ଆଧାର ଓ ରାସନ କାର୍ଡ, ଏମିତି ଦାବି କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ : ଆମେ ସମସ୍ତେ ଜାଣିଛେ ଲୋକଙ୍କର ଆଧାର କାଡର଼୍ ଓ ରାସନ କାଡର଼୍ କରାଯାଉଛି । କିନ୍ତୁ ଏବେ ଜଣେ କଂଗ୍ରେସ ନେତା କରୋନାର ବି ଆଧାର ଓ ରାସନ କାର୍ଡ କରିବାକୁ ଦାବି କରିଛନ୍ତି । ଅବଶ୍ୟ ସେ ଏଭଳି ଦାବି ଉତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ରାୱତଙ୍କୁ କଟାକ୍ଷ କରି କହିଛନ୍ତି ।
ଘଟଣାଟି ଏହିପରି, ‘କରୋନା ବି ଏକ ପ୍ରାଣୀ । ତା’ର ବି ବଚିଂବାର ଅଧିକାର ଅଛି ।’ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତଙ୍କ ଏଭଳି ମନ୍ତବ୍ୟ ଏବେ ବେଶ ଚର୍ଚ୍ଚା ସୃଷ୍ଟି କରିଛି । ଏସଂକ୍ରାନ୍ତୀୟ ଏକ ଭିଡ଼ିଓ ବି ଭାଇରାଲ ହେଉଥିବାବେଳେ କଂଗ୍ରେସ କଡ଼ା କଟାକ୍ଷ କରିଛି ।
ରାୱତ କହିଥିଲେଯେ, ଦାର୍ଶନିକ ଦୃଷ୍ଟିକୋଣରୁ ଦେଖିଲେ କରୋନା ବି ଏକ ପ୍ରାଣୀ । ତା’ର ବି ଆମ ପରି ବଂଚିବାର ଅଧିକାର ରହିଛି । କିନ୍ତୁ ଆମେ ନିଜକୁ ସବୁଠୁ ଅଧିକ ବୁଦ୍ଧିମାନ ବୋଲି ଭାବି ତା’ପଛରେ ପଡ଼ିଯାଇଛୁ । ତେଣୁ କରୋନା ନିଜେ ବଂଚିବା ପାଇଁ ନିଜ ସ୍ୱରୂପ ବଦଳାଇ ବହୁରୂପୀ ପାଲଟିଯାଇଛି । ରାୱତଙ୍କ ଏଭଳି ମନ୍ତବ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ବେଶ ସମାଲୋଚନା କରାଯାଉଛି । ଏମିତିକି କରୋନା ଯଦି ଏକ ପ୍ରାଣୀ, ତାହାର ଆଧାର କାଡର଼୍-ରାସନ କାର୍ଡ କରାଯିବ ବୋଲି ଭାରତୀୟ ଯୁବ କଂଗ୍ରେସର ଅଧ୍ୟକ୍ଷ ଶ୍ରୀନିବାସ ବିଭି କଟାକ୍ଷ କରିଛନ୍ତି ।
Powered by Froala Editor