ଜନ୍ମଦିନ ପାର୍ଟି କରୁଥିଲେ, ସାଂସଦଙ୍କୁ ଗିରଫ କଲା ପୁଲିସ
ଭୁବନେଶ୍ୱର : କରୋନା ପାଇଁ ବିବାହ, ଜନ୍ମଦିନ ଆଦିରେ ଲାଗିଛି କଡ଼ା କଟକଣା । ପାର୍ଟି ବା ଉତ୍ସବ ଆୟୋଜନ ଉପରେ ପ୍ରତିବନ୍ଧକ ଲାଗିଛି । ତେବେ ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସ ସାଂସଦ ରଘୁରାମ କ୍ରୀଷ୍ଣା ରାଜୁ ବିଳମ୍ବିତ ରାତି ଯାଏଁ ନିଜ ଘରେ ଜନ୍ମଦିନ ପାର୍ଟି କରୁଥିଲେ । ଏହି ସମୟରେ ପୁଲିସ ସେଠାରେ ପହଁଚିବା ସହ ତାଙ୍କୁ ଗିରଫ କରିଥିଲା । ଯାହାକୁ ନେଇ ଏବେ ସାରା ଦେଶରେ ବି ଚର୍ଚ୍ଚା ହେଉଛି ।
ଆନ୍ଧ୍ରରେ ୱାଇଏସଆର କଂଗ୍ରେସର ସରକାର ରହିଛି । ତଥାପିବି ସେଇ ଦଳର ଜଣେ ସାଂସଦଙ୍କୁ ସିଆଇଡ଼ି ଗିରଫ କରିଛି । କରୋନା ଉଲ୍ଲଂଘନ ସହ ରଘୁରାମଙ୍କ ବିରୋଧରେ ବହୁ ଦଫାରେ ମାମଲା ରୁଜୁ ହୋଇଛି । ସେ ଘୃଣା ଉଦ୍ରେକକାରୀ ଭାଷଣ ଦେଇ ଅସ୍ଥିରତା ସୃଷ୍ଟି କରୁଥିଲେ । ଯୋଜନାବଦ୍ଧ ଭାବେ ସେ ଏଭଳି କରିବା ସହ ଦଳୀୟ ନେତା ଓ ମନ୍ତ୍ରୀଙ୍କ ବିରୋଧରେ ବି ଟିପ୍ପଣୀ ଦେଉଥିଲେ । ଯେଉଁଥିପାଇଁ ରଘୁରାମଙ୍କ ଜଗନ ସରକାର ଗିରଫ କରିଥିବା ଚର୍ଚ୍ଚା ହେଉଛି ।
ରଘୁରାମଙ୍କ ବିରୋଧରେ ରାଜଦ୍ରୋହ ଭଳି ଦଫା ବି ଲଗାଯାଇଛି । ବର୍ଷକ ତଳୁ ସେ ସରକାରଙ୍କୁ ସମାଲୋଚନା କରି ଆସୁଛନ୍ତି । ଜଗନ ସରକାରଙ୍କ କଠୋର ଭାବେ ସେ ସମାଲୋଚନା କରି ଆସୁଛନ୍ତି । ଏବେ ରଘୁରାମଙ୍କୁ ସିଆରପିଏଫ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଉଛି । ଏମିତିକି ସିଆଇଡ଼ି ଗିରଫ କରିବା ବେଳେ ସିଆରପିଏଫ ଏହାର ବିରୋଧ କରିଥିଲା । କିନ୍ତୁ ପରେ ଉଚ୍ଚସ୍ତରୀୟ ଆଲୋଚନା ପରେ ଗିରଫ ପାଇଁ ଅନୁମତି ମିଳିଛି ।
Powered by Froala Editor