ଦେଶରେ କରୋନାରେ ୩୮୭୯ ଜଣଙ୍କ ମୃତୁ୍ୟ

ଭୁବନେଶ୍ୱର : କରୋନା ସଂକ୍ରମଣ ଓ ମୃତୁ୍ୟ କମିବାର ନାଁ ଧରୁନାହିଁ । ଗତ କିଛିଦିନ ଧରି ଦୈନିକ ସଂକ୍ରମଣ ୩ ଲକ୍ଷ ଟପିବା ସହ ମୃତୁ୍ୟ ସଂଖ୍ୟା ୪ ହଜାର ପାଖାପାଖି ରହିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ କରୋନାରେ ୩୮୭୯ ଜଣଙ୍କର ମୃତୁ୍ୟ ଘଟିଛି । ଫଳରେ ଦେଶର ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨ ଲକ୍ଷ ୬୬ ହଜାର ୨୨୯ରେ ପହଁଚିଛି । ସେହିପରି ଦେଶରେ ଆଉ ୩ ଲକ୍ଷ ୨୬ ହଜାର ୧୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ମହାରାଷ୍ଟ୍ରରେ ୩୯୯୨୩, କେରଳରେ ୩୪୬୯୪, କର୍ଣ୍ଣାଟକରେ ୪୧୭୭୯, ତାମିଲନାଡୁରେ ୩୧୮୯୨, ଆନ୍ଧ୍ରପ୍ରଦେଶରେ ୨୨୦୧୮, ପଶ୍ଚିମବଙ୍ଗରେ ୨୦୮୩୯, ଉତରପ୍ରଦେଶରେ ୧୫୭୪୭ ଓ ଦିଲ୍ଲୀରେ ୮୫୦୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଅପରପକ୍ଷରେ ଓଡ଼ିଶାରେ କରୋନାରେ ଆଉ ୨୧ ଜଣଙ୍କର ପ୍ରାଣହାନୀ ଘଟିଛି । ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୨୯୪ରେ ପହଁଚିଛି । ଏଡାଛଡ଼ା ଆଉ ୧୧୮୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୬୬୧୧ ଜଣ ଥିବାବେଳେ ୫୧୯୪ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ଏଯାବତ କରୋନାରେ ୬ ଲକ୍ଷ ୪୯୨ ଜଣ ସଂକ୍ରମିତ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୯୧ ହଜାର ୬୭୪ ଜଣ ସୁସ୍ଥ ହୋଇ ସାରିଥିବାବେଳେ ୧ ଲକ୍ଷ ୬ ହଜାର ୪୭୧ ଜଣ ଚିକିିତ୍ସିତ ହେଉଛନ୍ତି ।
Powered by Froala Editor