ପାର୍ବଣ ସିଜିନ: ବଢିଛି ପ୍ଲାଟଫର୍ମ ଟିକେଟ୍

ନୂଆଦିଲ୍ଲୀ: ବଢିଛି ପ୍ଲାଟଫର୍ମ ଟିକେଟ୍ । ପାର୍ବଣ ସିଜିନ ପାଇଁ ମହଙ୍ଗା ହୋଇଛି ରେଳ ଷ୍ଟେସନ ପ୍ଲାର୍ଟଫର୍ମ ଟିକେଟ୍ । ୧୦ ଟଙ୍କାରେ ମିଳୁଥିବା ପ୍ଲାଟଫର୍ମ ଟିକଟ ୩ଗୁଣା ଅଧିକ ହୋଇଛି । ଦିଲ୍ଲୀ ମଣ୍ଡଳ ରେଳ ପ୍ରବଦ୍ଧକ (ଡିଆରଏମ) ପାର୍ବଣ ସିଜନରେ ଷ୍ଟେସନରେ ଗହଳିକୁ ଦୃଷ୍ଟିରେ ରଖି ଏହି ଆଦେଶ ଜାରି କରିଛନ୍ତି ।
ଦୀପାବଳୀ ଓ ଛଟ ପୂଜାରେ ନୂଆଦିଲ୍ଲୀ, ପୁରୁଣା ଦିଲ୍ଲୀ ସହିତ ଅନ୍ୟ ରେଳ ଷ୍ଟେସନରେ ଉତ୍ତରପ୍ରଦେଶ, ବିହାର ଯିବାକୁ ଲୋକଙ୍କ ଭିଡ ହୋଇଥାଏ । ବିଶେଷ କରି ପ୍ଲାଟଫର୍ମ ଟିକଟ କିଣିବାକୁ ଲୋକଙ୍କ ଲମ୍ବା ଲାଇନ ଲାଗିଥାଏ । ଦିଲ୍ଲୀ ମଣ୍ଡଳ ରେଳ ପ୍ରବନ୍ଧକ ପାର୍ବଣ ସିଜନରେ ଲୋକଙ୍କ ଭିଡକୁ ନଜରରେ ରଖି ୧୦ଟଙ୍କାରେ ମିଳୁଥିବା ପ୍ଲାର୍ଟଫର୍ମ ଟିକେଟ୍ ଦର ବଢାଇ ୩୦ ଟଙ୍କା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୩୧ ଅକ୍ଟୋବର ଯାଏଁ ୩୦ ଟଙ୍କାରେ ମିଳିବ ପ୍ଲାଟଫର୍ମ ଟିକେଟ୍ । ଏହାପରେ ଡିସେମ୍ବର ପହିଲାରୁ ୧୦ ଟଙ୍କାରେ ମିଳିବ ପ୍ଲାଟଫର୍ମ ଟିକେଟ୍ । ନୂଆଦିଲ୍ଲୀ, ପୁରୁଣା ଦିଲ୍ଲୀ, ଆନନ୍ଦ ବିହାର ଟର୍ମିନାଲ, ହଜରତ ନିଜାମୁଦିନ, ଦିଲ୍ଲୀ ରୋହିଲ୍ଲା ଏବଂ ଗାଜିଆବାଦ ଆଦି ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ବଢାଇ ଦିଆଯାଇଛି । ପାର୍ବଣ ସିଜନ ଆସିଯାଇଛି ଏହା ସହିତ ଲୋକମାନେ ସେମାନଙ୍କ ଘରକୁ ଯିବାକୁ କରିବାକୁ ଷ୍ଟେସନ ଯିବା ଆସିବା କରିବାକୁ ଲାଗିଛନ୍ତି । ନବରାତ୍ରୀ ଏବଂ ଦଶହରା ପରେ ଦିପାବଳୀ, ଛଟ ପୂଜା ଏବଂ ଅନ୍ୟାନ୍ୟ ପର୍ବ ଆସୁଛି । ଏହି କାରଣରୁ ଷ୍ଟେସନରେ ଲୋକଙ୍କ ଭିଡ ଲାଗିବାର ଅଧିକ ସମ୍ଭାବନା ରହିଛି । ତେଣୁ ଭିଡ କମ କରିବାକୁ ଟିକଟ ଦର ବଢାଇବା ଭଳି ନିଷ୍ପତ୍ତି ହୋଇଛି ।
Powered by Froala Editor