ମେ’ ୩୧ରେ କେରଳ ଛୁଇଁବ ମୌସୁମୀ: ଆଇଏମଡି
ନୂଆଦିଲ୍ଲୀ: ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗୁଆ ଆସିବ । ଜୁନ୍ ୧ ପରିବର୍ତ୍ତେ ଏହା ମେ’ ୩୧ ସୁଦ୍ଧା ପହଞ୍ଚିବ । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) । ଆଇଏମଡି ସୂଚନା ଅନୁଯାୟୀ, ବର୍ତ୍ତମାନ ଆରବ ସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି । ଏହା ଘନଭୀତ ହୋଇ ୧୬ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବ । ଏଥିଯୋଗୁ ମୌସୁମୀକୁ ଗତିଶୀଳ କରିବା ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି ହେବ । ତେଣୁ ଏଥର ମୌସୁମୀ ଆଗୁଆ କେରଳରେ ପହଞ୍ଚିପାରେ । ଯାହା ଅନୁମାନ କରାଯାଉଛି ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ୍ ୧ ବଦଳରେ ମେ ୩୧ରେ କେରଳ ଛୁଇଁବାର ସମ୍ଭାବନା ରହିଛି । ଏହା ୪ ଦିନ ଆଗୁଆ କିମ୍ବା ପଛୁଆ ହୋଇପାରେ । ତେବେ ଏଥର ସ୍ୱାଭାବିକ ବର୍ଷା ହେବ ବୋଲି ଅନୁମାନ କରାଯାଉଛି । ଆଇଏମଡି ଆକଳନ ଅନୁଯାୟୀ, ମୌସୁମୀ ଆଣ୍ଡାମାନ ଉପରକୁ ମେ ୨୨ ସୁଦ୍ଧା ଆସିଯିବ । ଏହାପରେ ଏହା କେରଳରେ ପହଞ୍ଚିବ । ପରେ ଦେଶର ବିଭିନ୍ନ ଅଞ୍ଚଳକୁ ଗତିଶୀଳ ହେବ ।
Powered by Froala Editor