ଲୋଭ ମାରିଦେଲା ମମତା : ସେକେଣ୍ଡ ହ୍ୟାଣ୍ଡ୍ କାର୍ ପାଇଁ ପୁଅକୁ ବିକିଦେଲେ ବାପା, ମା’

ଗୋଟିଏ ସେକେଣ୍ଡ ହ୍ୟାଣ୍ଡ କାର୍ ପାଇଁ ନିଜ ଜନ୍ମ କଲା ପୁଅକୁ ବିକିଦେଲେ ବାପା, ମା’ । ନିଜର ଇଚ୍ଛାକୁ ପୂରଣ କରିବା ପାଇଁ ଏଭଳି ନିର୍ଦ୍ଦୟ ଆଚରଣ ପ୍ରଦର୍ଶନ କରିଛନ୍ତି ଉତ୍ତର ପ୍ରଦେଶର ଜଣେ ଦମ୍ପତି। ଦମ୍ପତି ଗୋଟିଏ ସେକେଣ୍ଡ ହ୍ୟାଣ୍ଡ କାର୍ କିଣିବା ପାଇଁ ନିଜର ୩ ମାସର ପୁଅକୁ ମାତ୍ର ୧.୫ ଲକ୍ଷ ଟଙ୍କାରେ ଅନ୍ୟକୁ ବିକ୍ରି କରି ଦେଇଛନ୍ତି। ତେବେ ଗୁରୁବାର ଶିଶୁପୁତ୍ରର ଜେଜେ ବାପା-ମା ପୁଲିସ୍ ନିକଟରେ ଅଭିଯୋଗ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ଶିଶୁର ଜେଜେବାପାଙ୍କ ଦ୍ବାରା ଦାଖଲ ହୋଇଥିବା ମାମଲା ଅନୁଯାୟୀ ପୁଲିସ୍ କହିଛି ଯେ, ଶିଶୁକୁ ଗୁରୁସାହିଗଞ୍ଜରେ ଅବସ୍ଥିତ ଜଣେ ବ୍ୟବସାୟୀଙ୍କୁ ଦେଢ ଲକ୍ଷ ଟଙ୍କା ମୂଲ୍ୟର ଚାରି ଚକିଆ କାର ପାଇଁ ବିକ୍ରି କରାଯାଇଛି ।
ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଦମ୍ପତି କନ୍ନୁଜର ତିରୱା କୋଟୱାଲି ପୁଲିସ୍ ଷ୍ଟେସନ ଅନ୍ତର୍ଗତ ଅଞ୍ଚଳରେ ରୁହନ୍ତି। ସେମାନେ ଗୋଟିଏ କାର୍ କିଣିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ପାଖରେ ଟଙ୍କା ନଥିବାରୁ ସେମାନେ ନିଜ ୩ ମାସର ଶିଶୁପୁତ୍ରକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ। ଉଭୟ ଗୁରସାହିଗଞ୍ଜରେ ରହୁଥିବା ଜଣେ ବ୍ୟବସାୟୀଙ୍କୁ ସେମାନଙ୍କ ୩ ମାସର ପୁଅକୁ ବିକ୍ରି କରିଦେଇଥିଲେ। ଟଙ୍କା ଆଣିବା ମାତ୍ରେ ଦମ୍ପତି ସେକେଣ୍ଡ ହ୍ୟାଣ୍ଡ କାର କିଣିଛନ୍ତି।
ପୁଲିସ ପୁଲିସ୍ ଅଭିଯୋଗ ପାଇବା ପରେ ଦମ୍ପତିଙ୍କୁ ଡାକି ପଚରାଉଚରା କରିଛି। ସେମାନେ ଶିଶୁପୁତ୍ରକୁ ବିକ୍ରି କରି ପାଇଥିବା ଟଙ୍କାରେ ଗୋଟିଏ ସେକେଣ୍ଡ ହ୍ୟାଣ୍ତ ନିକଟରେ କିଣିଥିବା ପୁଲିସ୍ ଆଗରେ ସ୍ୱୀକାର ମଧ୍ୟ କରିଛନ୍ତି। ଏବେ ବି ଶିଶୁପୁତ୍ରଟି ବ୍ୟବସାୟୀଙ୍କ ପାଖରେ ରହିଛି। ଘଟଣାର ତଦନ୍ତ ଚାଲିଥିବାରୁ ଏ ବିଷୟରେ ଅଧିକ କିଛି ସୂଚନା ମିଳିପାରିନାହିଁ।
Powered by Froala Editor