ବିଜେପିର ଜଣେ ଛାତ୍ର ପଜିଟିଭ

ଭୁବନେଶ୍ୱର: ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି । ବର୍ତ୍ତମାନ ସ୍କୁଲ ଓ କଲେଜରେ କରୋନା ସଂକ୍ରମିତ ଚିହ୍ନଟ ଖବର ସାମନାକୁ ଆସୁଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ବିଜେପି ହାୟର ସେକେଣ୍ଡାରୀ ସ୍କୁଲର ଜଣେ କମର୍ସ ଛାତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ଛାତ୍ରଙ୍କ ପଜିଟିଭ ଚିହ୍ନଟ ନେଇ କର୍ତ୍ତୃପକ୍ଷ ନୋଟିସ ବୋର୍ଡରେ ସୂଚନା ଦେଇଛନ୍ତି । ସମ୍ପୃକ୍ତ ଛାତ୍ରଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ଗୋଟିଏ ସପ୍ତାହ ଆଇସୋଲେସନରେ ରହିବାକୁ ସ୍କୁଲ ପକ୍ଷରୁ ପରାମର୍ଶ ଦିଆଯାଇଛି । ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ଆରଟିପିସିଟି ଟେଷ୍ଟ କରାଯିବା ନେଇ ସୂଚନା ମିଳିଛି ।