ଗାଜାରେ ଇସ୍ରାଏଲ୍ର ବୋମା ମାଡ଼ : ଟିଏ ପରିବାରର ୬ ଜଣ ମୃତ
ଗାଜା ସହର ଉପରେ ଇସ୍ରାଏଲ ବୋମା ମାଡ ବନ୍ଦ କରୁନି । ଏହା ଫଳରେ ଗାଜା ସହରର ବ୍ୟାପକ କ୍ଷତି ହେବା ସହ ମୃତ୍ୟସଂଖ୍ୟା ବୃଦ୍ଧି ପାଇଛି । ଇସ୍ରାଏଲରେ ଭୟର ବାତାବରଣ ଲାଗିରହିଛି ।
ଗାଜା ସହର ଉପରେ ହମାସର ନିୟନ୍ତ୍ରଣ ଥିବାବେଳେ ଇସ୍ରାଏଲ ପ୍ରବଳ ଆକ୍ରମଣ କରି ହମାସର ଆଡ୍ଡାଗୁଡ଼ିକୁ ଧ୍ବଂସ କରିଦେଇଛି । ସେହିପରି ହମାସ ପକ୍ଷରୁ ଇସ୍ରାଏଲର ରାଜଧାନୀ ଜେରୁଜେଲମ, ତେଲ ଅଭିଭ ଉପରେ ପ୍ରାୟ ୧୫୦୦ରୁ ଅଧିକ ରକେଟ ମାଡ଼ କରାଯ଼ାଇଛି । ତେବେ ଏସବୁ ରକେଟ ମଧ୍ୟରୁ ଅଧିକାଂଶ ରକେଟକୁ ଇସ୍ରାଏଲର ବାୟୁ ସୁରକ୍ଷାପ୍ରଣାଳୀ ଆଇରନ ଡୋମ ନଷ୍ଟ କରିଦେଇଛି । ଅନ୍ୟପକ୍ଷରେ ହମାସର ରକେଟ ମାଡ଼ ଜବାବରେ ଇସ୍ରାଏଲ ପକ୍ଷରୁ ପ୍ରାୟ ୬୦୦ ଥର ବିମାନ ଆକ୍ରମଣ କରାଯ଼ାଇଛି ।
ଆଜି ଇସ୍ରାଏଲର ବୋମାମାଡ଼ ଫଳରେ ଗାଜାରେ ରହୁଥିବା ଏକ ପାଲେଷ୍ଟାନୀୟ ପରିବାର ମୂଳପୋଛ ହୋଇଯ଼ାଇଛି । ଗୋଟିଏ ଘରେ ଏହି ପରିବାରର ସମସ୍ତ ୬ ଜଣ ସଦସ୍ୟ ରହୁଥିବାବେଳେ ଇସ୍ରାଏଲ ବିମାନ ଆକ୍ରମଣରେ ସମସ୍ତେ ପ୍ରାଣ ହରାଇଛନ୍ତି । ପରିସ୍ଥିତି ଦିନକୁ ଦିନ ଅଧିକ ଖରାପ ହେଉଥିବାରୁ ପାଲେଷ୍ଟାଇନ ଲୋକମାନେ ପଳାୟନ ଜାରି ରଖିଛନ୍ତି ।
Powered by Froala Editor