ସିବିଆଇ ନିଦେ୍ର୍ଧଶକ ଦୌଡ଼ରେ ଓଡ଼ିଆ ଆଇପିଏସ
ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବୁ୍ୟରୋ (ସିବିଆଇ)ର ନିଦେ୍ର୍ଧଶକ ପଦ ଦୌଡ଼ରେ ଓଡ଼ିଆ ଆଇପିଏସ ଅଧିକାରୀ ଲୋକନାଥ ବେହେରା ସାମିଲ ରହିଥିବା ଜଣାପଡ଼ିଛି । ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୂଆ ନିଦେ୍ର୍ଧଶକ ଚୟନ ପାଇଁ ଉଚ୍ଚସ୍ତରୀୟ ଚୟନ କମିଟିର ବୈଠକ ବସିବ । ସିବିଆଇର ପରବର୍ତ୍ତୀ ନିଦେ୍ର୍ଧଶକ କିଏ ହେବେ, ବୈଠକରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । ମିଳିଥିବା ସୂଚନା ଅନୁସାରେ, ଏହି ଗୁରୁତ୍ୱପୂର୍ଣ୍ଣ ପଦ ଦୌଡ଼ିରେ ବର୍ତ୍ତମାନର ଅନ୍ତରୀଣ ନିଦେ୍ର୍ଧଶକ ପ୍ରବୀଣ ସିହ୍ନା, ବିଏସଏଫ ଓ ଏନସିବି ପ୍ରମୁଖ ରାକେଶ ଆସ ଥାନା, ଏନଆଇଏର ମୁଖ୍ୟ ୱାଇସି ମୋଦି, ଆଇଟିବିପିର ମୁଖ୍ୟ ଏସଏସ ଦେଶୱାଲା, ଉତ୍ତରପ୍ରଦେଶ ପୁଲିସ ମହାନିଦେ୍ର୍ଧଶକ ଏଚ ସି ଆୱାସ୍ଥିଙ୍କ ସହ ଶ୍ରୀ ବେହେରାଙ୍କ ନାମ ରହିଛି । ଶ୍ରୀ ବେହେରା ଏବେ କେରଳର ପୁଲିସ ମହାନିଦେ୍ର୍ଧଶକ ଦାୟିତ୍ୱରେ ରହିଛନ୍ତି । ୧୯୮୫ ମସିହାର ବ୍ୟାଚର ଓଡ଼ିଶାର ଏହି ବରିଷ୍ଠ ପୁଲିସ ଅଧିକାରୀ ୧୯୯୫ ମସିହାରୁ ୨୦୦୫ ମସିହା ପର୍ଯ୍ୟନ୍ତ ସିବିଆଇରେ ଏସପି ଓ ଡିଆଇଜି ପଦରେ କାର୍ଯ୍ୟ କରିଥିଲେ । ନିଜର କାର୍ଯ୍ୟକାଳ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଦନ୍ତରେ ସାମିଲ ହୋଇଥିଲେ । ଏତଦବ୍ୟତୀତ ଏନଆଇଏରେ ମଧ୍ୟ ତାଙ୍କର ୬ ବର୍ଷର ଅଭିଜ୍ଞତା ରହିଛି । ଜଣେ ଦକ୍ଷ ପୁଲିସ ଅଧିକାରୀ ଭାବେ ତାଙ୍କର ଖ୍ୟାତି ରହିଛି ।
Powered by Froala Editor