ବିଧାୟକ ବିଜୟ ରଞ୍ଜନ ସିଂ ବାରିହାଙ୍କ ପରଲୋକ
ବରଗଡ଼ : ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଜିଲ୍ଲା ବିଜୁ ଜନତା ଦଳ ସଭାପତି, ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବାରିହାଙ୍କ ପରଲୋକ। ରବିବାର ରାତିରେ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା।
ବିଧାୟକ ବିଜୟ ରଞ୍ଜନ ସିଂ ବାରିହା ଗତ କିଛି ଦିନ ହେବ ଅସୁସ୍ଥତା କାରଣରୁ ଆପୋଲୋରେ ଚିକିତ୍ସିତ ହେଉଥିଲେ । ତାଙ୍କର ଅକାଳ ବିୟୋଗରେ ପଦ୍ମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହା ୧୯୯୦ ମସିହାରେ ପ୍ରଥମ ଥର ପାଇଁ ଜନତା ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ପରେ ୧୯୯୫(ଜନତା ଦଳ) , ୨୦୦୦, ୨୦୦୯ ଓ ୨୦୧୯ରେ ବିଜୁ ଜନତା ଦଳରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୃତୀୟ ପାଳି ସରକାରରେ ୨୦୦୯ରେ ସେ ହରିଜନ- ଆଦିବାସୀ କଲ୍ୟାଣ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।
Powered by Froala Editor