ପାକିସ୍ତାନ ଟ୍ୱିଟର ଆକାଉଣ୍ଟ ଭାରତରେ ବ୍ୟାନ୍
ପାକିସ୍ତାନ ସରକାରଙ୍କ ଟ୍ବିଟର ଆକାଉଣ୍ଟ ଭାରତରେ ବ୍ୟାନ କରାଯାଇଛି । ନିରାପତ୍ତା କାରଣରୁ ପାକ୍ ସରକାରଙ୍କ ଆକାଉଣ୍ଟକୁ ବ୍ୟାନ କରାଗଲା ବୋଲି ଭାରତ ପକ୍ଷରୁ କୁହାଯାଇଛି । ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ଉପରେ ୫ ବର୍ଷ ଲାଗି ବ୍ୟାନ ଲଗାଯିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । କିଛି ସଂଗଠନ ଭାରତରେ ରହି ଆତଙ୍କୀ ଗତିବିଧିକୁ ସଫଳ କରାଉଥିବା ଅଭିଯୋଗ ପରେ ଏଭଳି ଏକ ବଡ ପଦକ୍ଷେପ ନେଇଛନ୍ତି ଭାରତ ସରକାର।
ବିଦେଶୀ ଲିଙ୍କ, ଦେଶବିରୋଧୀ କାର୍ଯ୍ୟକଳାପ ଲାଗି ପିଏଫଆଇର ବିଭିନ୍ନ କାର୍ଯ୍ୟାଳୟ ଉପରେ ରେଡ କରିଥିଲା ଇଡି ଓ ଏନଆଇଏ । ପୂର୍ବରୁ ମଧ୍ୟ ବିଭିନ୍ନ କାରଣରୁ ପାକ୍ ସରକାରଙ୍କ ଆକାଉଣ୍ଟ ବ୍ୟାନ ହୋଇଥିଲା । ମାତ୍ର ପରେ ଏହା ଉପରୁ ନିଷେଧାଦେଶ ହଟାଯାଇଥିଲା ।
ଗତ ଜୁନରେ ଜାତିସଂଘ, ତୁର୍କୀ, ଇରାନ ଓ ଇଜିପ୍ଟସ୍ଥିତ ପାକିସ୍ତାନ ଦୂତାବାସର ଆକାଉଣ୍ଟକୁ ବ୍ୟାନ କରିଥିଲା ଟ୍ବିଟର । ଗତ ଅଗଷ୍ଟରେ ପାକିସ୍ତାନରୁ ଅପରେଟ ହେଉଥିବା ୮ଟି ୟୁଟ୍ୟୁବ ଚାନେଲକୁ ନିଷିଦ୍ଧ କରିଥିଲା ଭାରତ । ଏହାପୂର୍ବରୁ ଜାତୀୟ ବିରୋଧୀ କଣ୍ଟେଣ୍ଟ ଥିବା ୫୫ଟି ୟୁଟ୍ୟୁବ୍ ଚ୍ୟାନେଲ୍ ଏବଂ ଦୁଇଟି ୱେବସାଇଟ୍ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲା ଭାରତ। ଜାନୁଆରୀ ୨୦୨୨ ଏବଂ ଡିସେମ୍ବର ୨୦୨୧ରେ ଭାରତ ପାକିସ୍ତାନ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛି।
Powered by Froala Editor