କେଦାରନାଥ ମନ୍ଦିର ଆଡକୁ ଧସିଲା ବିଶାଳ ବରଫ ଖଣ୍ଡ
ଉତ୍ତରାଖଣ୍ଡ କେଦାରନାଥ ମନ୍ଦିର ନିକଟରେ ବିଶାଳକାୟ ବରଫ ଖଣ୍ଡ ଧସିଛି । ହିମସ୍ଖଳନ ବେଳର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। କିଭଳି ପାହାଡ ଉପରୁ ବରଫ ଖଣ୍ଡ ଧସୁଛି ତା’ର ଭଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏଥିରେ ମନ୍ଦିରର କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଥିବା ଯାତ୍ରୀମାନେ କିନ୍ତୁ ଭୟଭୀତ ହୋଇପଡିଥିଲେ।
ଶ୍ରୀବଦ୍ରିନାଥ-କେଦାରନାଥ ମନ୍ଦିର ସମିତି ଅଧ୍ୟକ୍ଷଙ୍କ କହିବା ମୁତାବକ, ହିମାଳୟ ପର୍ବତରୁ ଆଜି ସକାଳେ ହିମସ୍ଖଳନ ହୋଇଥିଲା। ତେବେ ଏଥିରେ ମନ୍ଦିରର କୌଣସି କ୍ଷୟକ୍ଷତି ହୋଇନାହିଁ।
କେଦାରନାଥରେ ବର୍ଷା ଜାରି ରହିଛି। ଏଥିଯୋଗୁ ବିଭିନ୍ନ ସମୟରେ ଏଠାରେ ଭୁସ୍ଖଳନ ହୋଇ ଜାତୀୟ ରାଜପଥ ଅବରୋଧ ହେଉଛି। ବର୍ଷା ଯୋଗୁ ଚାରିଧାମ ଯାତ୍ରା ମଧ୍ୟ ପ୍ରଭାବିତ ହୋଇଛି। ଗତମାସ ୨୩ ତାରିଖରେ ମଧ୍ୟ କେଦାରନାଥ ମନ୍ଦିର ନିକଟ ପାହାଡରେ ହିମସ୍ଫଳନ ହୋଇଥିଲା। ଏଥିଯୋଗୁଁ ଉପସ୍ଥିତ ଥିବା ଯାତ୍ରୀମାନେ ଭୟଭୀତ ହୋଇ ପଡିଥିଲେ।

Powered by Froala Editor