ଗୁଜରାଟ ମୁହାଁ ବାତ୍ୟା ‘ତଉକ୍ତେ’
ନୂଆଦିଲ୍ଲୀ : ଗୋଟିଏ ପଟେ କରୋନା ସହ ଦେଶ ଲଢୁଥିବାବେଳେ ଅପରପକ୍ଷରେ ବାତ୍ୟା ‘ତଉକ୍ତେ’ ବିପଦ ସାଜି ଆଗକୁ ଆସୁଛି । ଏହାରି ଭିତରେ ଆରବ ସାଗର ଲାକ୍ଷାଦ୍ୱୀପ ନିକଟରେ ଡିପ୍ରେସନ ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଡିପ୍ରେସନ ବାତ୍ୟାରେ ପରିଣତ ହେବ । ବାତ୍ୟାରେ ପରିଣତ ହୋଇ ଗୁଜରାଟ ଉପକୂଳ ମୂହାଁ ହେବା ନେଇ ଆକଳନ କରାଯାଇଛି ।
ପାଣିପାଗ ବିଭାଗ ର ଆକଳନ ଅନୁଯାୟୀ, ଆରବ ସାଗରରେ ଏକ ଲଘୁଚାପ ସୃଷ୍ଟିହୋଇଛି । ମେ’ ୧୬ ବେଳକୁ ତାହା ବାତ୍ୟାର ରୂପ ନେବାର ଆଶଙ୍କା ରହିଛି ।
ଏହାର ପ୍ରଭାବରେ ଲାକ୍ଷାଦ୍ୱୀପ, କେରଳ, କର୍ଣ୍ଣାଟକ ଓ ତାମିଲନାଡୁରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଗୋଆ ଓ ମହାରାଷ୍ଟ୍ରରେ ସମୁଦ୍ର ଅଶାନ୍ତ ରହିବ । କେରଳ, ଗୋଆ, କର୍ଣ୍ଣାଟକ ଓ ମହାରାଷ୍ଟ୍ରର କେତେକ ଅଂଚଳରେ ୪୦ରୁ ୫୦ କମିି ବେଗରେ ପବନ ବହିବାର ଥିବାବେଳେ ୧ ମିଟର ଉଚ୍ଚତାର ଜୁଆର ଉଠିବାର ସମ୍ଭାବନା ରହିଛି ।
Powered by Froala Editor