ନନ୍ଦନକାନନ ବନ୍ଦ ଅବଧି ବୃଦ୍ଧି
ଭୁବନେଶ୍ୱର: କରୋନା ସଂ୍ରକମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନନ୍ଦନକାନନ ବନ୍ଦ ଅବଧିକୁ ବୃଦ୍ଧି କରାଯାଇଛି । ନନ୍ଦନକାନନ ସହ ବଟାନିକାଲ ଗାର୍ଡେନ ବନ୍ଦ ଅବଧିକୁ ବୃଦ୍ଧି କରାଯାଇଛି । ପରବର୍ତ୍ତୀ ନିଦେ୍ର୍ଧଶନାମା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ଯାଏ ବନ୍ଦ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ଦୃଷ୍ଟିରୁ ଏଭଳି ଘୋଷଣା କରାଯାଇଥିବା ନନ୍ଦନକାନନ ଉପନିଦେ୍ର୍ଧଶ ସୂଚନା ଦେଇଛନ୍ତି । ପ୍ରଥମେ ମେ’ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଥିଲା ।
ପ୍ରକାଶ ଯେ, ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଯାହାକୁ ଦୃଷ୍ଟିରେ ରଖି ବିଭିନ୍ନ କ୍ଷେତ୍ରରେ କଟକଣା ଜାରି କରାଯାଉଛି । କେଉଁଠି ଦୋକାନ ବଜାର ବନ୍ଦ କରାଯାଇଥିବାବେଳେ କେଉଁଠି ଯାନବାହାନ ଉପରେ କଟକଣା ଲଗାଯାଉଛି । ତେବେ ଏହାରି ଭିତରେ କରୋନା ସଂକ୍ରମଣ ପାଇଁ ନନ୍ଦନକାନନକୁ ଅନିର୍ଦ୍ଧିଷ୍ଟ କାଳ ଯାଏ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଗତ ୨୦୨୦ରେ ବର୍ଦ୍ଧିତ କରୋନା ସଂକ୍ରମଣ କାରଣରୁ ଲାଗୁ ହୋଇଥିବା ଲକଡାଉନ ପରେ ଅଗତ ଅକ୍ଟୋବର ୪ ତାରିଖରେ ନନ୍ଦନକାନନ ଖୋଲିଥିଲା।
Powered by Froala Editor