କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ସାଉଦି ଆରବର ପ୍ରଧାନମନ୍ତ୍ରୀ

ସାଉଦି ଆରବର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ । ରାଜା ସଲମାନ ବିନ ଅବଦୁଲାଜିଜ ଅଲ ସାଉଦ ରାଜପ୍ରସାଦରୁ ଗୋଟିଏ ନିର୍ଦ୍ଦେଶନାମା ଜାରି କରି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି।
ହତ୍ୟାକାଣ୍ଡ ଘଟଣାରେ ସଲମାନ ଛନ୍ଦି ହୋଇଯାଇଥିଲେ। ତଥାପି ଏବେ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ପାଇଛନ୍ତି। ୨୦୧୭ରେ ସେ କ୍ରାଉନ ପ୍ରିନ୍ସ ହେବା ପରେ ପ୍ରଥମେ ନିଜର ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ସାଇଡ କରିଥିଲା। ଏଥିସହ ଆର୍ଥିକ, ସାମାଜିକ ଓ ଧାର୍ମିକ ନୀତିରେ ଅନେକ ପରିବର୍ତ୍ତନ ଆଣିଥିଲେ। ଦେଶ ପାଇଁ ଅନେକ ଗଠନମୂଳକ ପଦକ୍ଷେପ ନେଉଥିଲେ ମଧ୍ୟ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ନିଜର ସମାଲୋଚକଙ୍କୁ ଆଦୌ ସହ୍ୟ କରନ୍ତି ନାହିଁ। ତାଙ୍କୁ ସମାଲୋଚନା କରୁଥିବା ବରିଷ୍ଠ ମୌଲବୀ, ସାମାଜିକ କର୍ମୀ ଓ ରାଜ ପରିବାରର କିଛି ସଦସ୍ୟଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନଜିର ରହିଛି।
Powered by Froala Editor