ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି
ନୂଆଦିଲ୍ଲୀ : ଆଜି ମୁସଲମାନଙ୍କ ପର୍ବ ଇଦ-ଉଲ-ଫିତର। ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ଟ୍ଵିଟରେ ଲେଖିଛନ୍ତି ଯେ, ଏହି ପର୍ବ ହେଉଛି ପାରସ୍ପରିକ ଭାଇଚାରା ଏବଂ ସୌହାର୍ଦ୍ଦ୍ୟ ଦୃଢ କରିବା ଏବଂ ମାନବତାର ସେବା କରିବା ପାଇଁ ନିଜକୁ ସମର୍ପିତ କରିବାର ଅବସର। କୋଭିଡ -୧୯ ସହିତ ମୁକାବିଲା କରିବା ଏବଂ ସମାଜ ତଥା ଦେଶର ଉନ୍ନତି ପାଇଁ କାର୍ୟ୍ୟ କରିବା ପାଇଁ ଆସନ୍ତୁ ସମସ୍ତ ନିୟମ ପାଳନ କରିବାକୁ ସ୍ଥିର କରିବା।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ଟ୍ଵିଟରେ ଲେଖିଛନ୍ତି ଯେ, ଇଦ-ଉଲ-ଫିତରର ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ। ଏହି ପର୍ବ ଅବସରରେ ସମସ୍ତ ନାଗରିକଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି। କେବଳ ଆମର ସାମୂହିକ ଉଦ୍ୟମ ଦ୍ୱାରା ଆମେ ଏହି ବୈଶ୍ଵିକ ମହାମାରୀକୁ ଜିତିବା ଏବଂ ମାନବ କଲ୍ୟାଣ ପାଇଁ ଅଧିକ କାର୍ୟ୍ୟ କରିପାରିବା। ଇଦ୍ ମୁବାରକ !
Powered by Froala Editor