ଇଦ୍ର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଦାନ ଓ ଧର୍ମର ପର୍ବ ଇଦ-ଉଲ-ଫିତର। ମହାମାରୀ କରୋନା କଟକଣା ପାଇଁ ନିରାଡମ୍ବର ଭାବେ ପାଳିତ ହେଉଛି ଇଦ-ଉଲ-ଫିତର । ଏଥର କଟକଣା ପାଇଁ ଭଦ୍ରକ ସହରର ଇଦଗାହା ଠାରେ ସାମୂହିକ ନମାଜ ପାଠ ହେଉ ନାହିଁ । ବିଧି ଅନୁଯାୟୀ ପ୍ରଶାସନିକ ଅନୁମତି ଯୋଗୁଁ ମାତ୍ର ୫ ଜଣ ନମାଜ ପାଠ କରିଛନ୍ତି । ସମସ୍ତ ମସଜିଦରେ ମଧ୍ୟ ଅନୁରୂପ ଭାବେ ଇଦ-ଉଲ-ଫିତର ପାଳିତ ହେଉଛି ।
ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଷ୍ଟ୍ରପତି ତାଙ୍କ ଟ୍ଵିଟରେ ଲେଖିଛନ୍ତି ଯେ, ଏହି ପର୍ବ ହେଉଛି ପାରସ୍ପରିକ ଭାଇଚାରା ଏବଂ ସୌହାର୍ଦ୍ଦ୍ୟ ଦୃଢ କରିବା ଏବଂ ମାନବତାର ସେବା କରିବା ପାଇଁ ନିଜକୁ ସମର୍ପିତ କରିବାର ଅବସର। କୋଭିଡ -୧୯ ସହିତ ମୁକାବିଲା କରିବା ଏବଂ ସମାଜ ତଥା ଦେଶର ଉନ୍ନତି ପାଇଁ କାର୍ଯ୍ୟ କରିବା ପାଇଁ ଆସନ୍ତୁ ସମସ୍ତ ନିୟମ ପାଳନ କରିବାକୁ ସ୍ଥିର କରିବା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟରେ ଲେଖିଛନ୍ତି ଯେ, ଇଦ-ଉଲ-ଫିତରର ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ। ଏହି ପର୍ବ ଅବସରରେ ସମସ୍ତ ନାଗରିକଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି। କେବଳ ଆମର ସାମୂହିକ ଉଦ୍ୟମ ଦ୍ୱାରା ଆମେ ଏହି ବୈଶ୍ଵିକ ମହାମାରୀକୁ ଜିତିବା ଏବଂ ମାନବ କଲ୍ୟାଣ ପାଇଁ ଅଧିକ କାର୍ୟ୍ୟ କରିପାରିବା। ଇଦ୍ ମୁବାରକ !
ଏହି ଅବସରରେ ମୁସଲମାନ ଭାଇ ଭଉଣୀମାନଙ୍କୁ ଟ୍ୱିଟ୍ କରି ଇଦ୍ ମୁବାରକ୍ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ୱିଟରେ ଲେଖିଛନ୍ତି ଯେ, ଇଦ୍ ଜୀବନରେ ଖୁସି, ଉତ୍ତମ ସ୍ବାସ୍ଥ୍ୟ, ଭଲ ପାଇବା ଭରିଦେବା ସହ ଶାନ୍ତି ବଜାୟ ରଖୁ। ଅପରପକ୍ଷେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ମଧ୍ୟ ଜନସାଧାରଣଙ୍କୁ ଇଦ୍ ମୁବାରକ ଜଣାଇଛନ୍ତି।
ଇସଲାମିକ କ୍ୟାଲେଣ୍ଡର ଅନୁଯାୟୀ ପୂର୍ବରୁ ସଂଖ୍ୟା ଲଘୁ ସମ୍ପ୍ରଦାୟ ରୋଜା ରଖନ୍ତି । ରାତିରେ ଅତିରିକ୍ତ ନମାଜ ପଢିବା ସହ ତରାବି ପଢନ୍ତି । ମାସେ କାଳ ରୋଜା ରଖିବା ପରେ ଶେଷ ଦିନ ଇଫତାର କରନ୍ତି ।
Powered by Froala Editor