ପିଏମ କେୟାର୍ସ ପାଣ୍ଠିର ଟ୍ରଷ୍ଟି ହେଲେ ଶିଳ୍ପପତି ରତନ ଟାଟା
ପିଏମ କେଆର୍ସ ପାଣ୍ଠିର ଅନ୍ୟତମ ଟ୍ରଷ୍ଟି ଭାବରେ ଶିଳ୍ପପତି ରତନ ଟାଟାଙ୍କୁ ସାମିଲ କରାଯାଇଛି। ଏହି ଟ୍ରଷ୍ଟରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ କେ ଟି ଥୋମାସ୍, ପୂର୍ବତନ ଡେପୁଟି ବାଚସ୍ପତି କରିଆ ମୁଣ୍ଡା ମନୋନିତ ହୋଇଥିବା ବେଳେ ସେଥିରେ ଏବେ ଟାଟା ସନ୍ସ ଚେୟାରମ୍ୟାନ୍ ରତନ ଟାଟାଙ୍କୁ ସାମିଲ କରାଯାଇଛି।
ଏମାନଙ୍କ ବ୍ୟତୀତ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପିଏମ କେଆର୍ସ ପାଣ୍ଠିର ଟ୍ରଷ୍ଟି ଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ପିଏମ କେୟାର୍ସ ବୋର୍ଡ଼ ବୈଠକ ପରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ନିଜେ ରତନ ଟାଟା ମଧ୍ୟ ଉପସ୍ଥିତ ଥିଲେ।
ଗତକାଲି ହୋଇଥିବା ବୈଠକରେ ପିଏମ କେଆର୍ସ ପାଣ୍ଠି ସହାୟତାରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା ହେବା ସହ ରତନ ଟାଟାଙ୍କ ସମେତ ନବନିର୍ବାଚିତ ଟ୍ରଷ୍ଟି ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ବୋଲି ଜଣାପଡ଼ିଛି।
Powered by Froala Editor