ଝିଅ ପାଇଁ ଚାଲିଛି ବର ଖୋଜା, କିନ୍ତୁ ସଫ୍ଟୱେୟାର ଇଞ୍ଜିନିୟର ମନା
ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଗୋଟିଏ ବାହାଘର ବିଜ୍ଞାପନ। ନିଜ ଝିଅ ପାଇଁ ପରିବାର ଲୋକ ଉପଯୁକ୍ତ ବର ପାଇବାକୁ ବିଜ୍ଞାପନ ଦେଇଛନ୍ତି। ହେଲେ ଏଥିରେ ବିଶେଷ ଭାବେ ସଫ୍ଟୱେୟାର ଇଞ୍ଜିନିୟର ବର ଘର ଲୋକ ଚାହୁଁ ନଥିବା ଉଲ୍ଲେଖ କରିଛନ୍ତି। ଏପରି ଅଜବ ବିଜ୍ଞାପନ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି।
ଖବରକାଗଜରେ ଦିଆଯାଇଥିବା ବିଜ୍ଞାପନ ଅନୁସାରେ ବର ଆଇଏଏସ/ଆଇପିଏସ ହୋଇଥିବା ଦରକାର। ପୋଷ୍ଟ ଗ୍ରାଜୁଏଟ ଡାକ୍ତର ମଧ୍ୟ ଆସିପାରିବେ। ଉଦ୍ୟୋଗପତି କମ୍ୱା ବ୍ୟବାସୀୟ ଯୁବକ ଚଳିବ। ଏହାସହ ଏକ ନିର୍ଦ୍ଦେଶ ମଧ୍ୟ ଲେଖାଯାଇଛି। ଏଥିରେ ସ୍ପଫ୍ଟୱେର ଇଞ୍ଜିନିୟର୍ସଙ୍କୁ ସ୍ପଷ୍ଟ ଭାବରେ ମନା କରାଯାଇଛି। ସଫ୍ଟୱେର ଇଞ୍ଜିନିୟର୍ସଙ୍କୁ କଲ ନକରିବା ପାଇଁ କୁହାଯାଇଛି। ସମୀର ଅରୋରା ନାମକ ଜଣେ ୟୁଜର ନିଜ ଟ୍ୱିଟର ଆକାଉଣ୍ଟରୁ ଏହି ପେପର କଟିଙ୍ଗକୁ ସେୟାର କରିଛନ୍ତି। ଏହାସହ ସେ ଲେଖିଛନ୍ତି, ଆଇଟି କ୍ଷେତ୍ରର ଭବିଷ୍ୟ ଭଲ ନଥିବା ଜଣାପଡୁଛି।
ସଫ୍ଟୱେୟାର ଇଞ୍ଜିନିୟରମାନେ ଦୟା କରି ବାହାଘର ପାଇଁ କଲ୍ କରନ୍ତୁ ନାହିଁ ବୋଲି ବିଜ୍ଞାପନରେ ସ୍ପଷ୍ଟ ଭାବେ ଝିଅ ଘର ଲୋକ କହିଛନ୍ତି। ଏହି ବିଜ୍ଞାପନର କଟିଂକୁ ବ୍ୟବସାୟୀ ସମୀର ଅରୋରା ଟ୍ୱିଟ କରିଛନ୍ତି। ଏଥିସହ ଆଇଟିର ଭବିଷ୍ୟତ ଆଦୌ ଉଜ୍ଜ୍ୱଳ ନୁହେଁ ବୋଲି ସେ ନିଜ ପୋଷ୍ଟର ଶୀର୍ଷକରେ ଉଲ୍ଲେଖ କରିଛନ୍ତି।
ପୋଷ୍ଟଟି ସୋଶାଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଅନେକ ଲୋକ ମଜାଦାର କମେଣ୍ଟ ଦେବା ଆରମ୍ଭ କରିଛନ୍ତି। ଜଣେ ଟ୍ୱିଟର ୟୁଜର୍ସ ଲେଖିଛନ୍ତି, “ଏହି ବିଜ୍ଞାପନକୁ ଦେଖନ୍ତୁ। ପୂରା ଦେଶର ଭବିଷ୍ୟତ ଆଦୌ ଭଲ ଦିଗରେ ଗତି କରୁନାହିଁ।” ଆଉ ଜଣେ ଲେଖିଛନ୍ତି, “ଆଇଟି ବିନା ଭବିଷ୍ୟତ ଆଦୌ ଉଜ୍ଜ୍ୱଳ ନୁହେଁ।” ଜଣେ ୟୁଜର ମଜାଦାର ପ୍ରଶ୍ନ କରି ମେକାନିକାଲ ଇଞ୍ଜିନିୟର କଲ କରିପାରିବେ କି ବୋଲି ପଚାରିଛନ୍ତି ।
Powered by Froala Editor