ସ୍କୁଲରେ ପିଲାଙ୍କୁ ହିନ୍ଦୁ ଭଜନ ଶିକ୍ଷା ଦିଆଯାଉଛି, ଏହା ପଛରେ ରହିଛି ସରକାରଙ୍କ ହିନ୍ଦୁତ୍ୱ ଏଜେଣ୍ଡା
ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସନ ଉପରେ ହିନ୍ଦୁତ୍ୱର ଏଜେଣ୍ଡା ଚଲାଉଥିବାର ଅଭିଯୋଗ ଆଣିଛନ୍ତି । ମେହବୁବା ମୁଫତୀ କୁଲଗାମର ଏକ ସରକାରୀ ସ୍କୁଲର ଭିଡିଓ ସେୟାର କରିଛନ୍ତି । ଏଥିରେ ଛାତ୍ରଛାତ୍ରୀ ରଘୁପତି ରାଘବ ରାଜାରାମ ଭଜନ ଗାଉଛନ୍ତି । ଏହି ଭିଡିଓ ସହିତ ସେ ଟ୍ୱିଟ୍ କରିଛନ୍ତି । ଟ୍ୱିଟରେ ପୋଷ୍ଟ କରି ମୁଫତୀ ଲେଖିଛନ୍ତି, ‘ଧାର୍ମିକ ଗୁରୁଙ୍କୁ ଜେଲରେ ବନ୍ଦ କରିବା, ଜାମା ମସଜିଦ୍ ଉପରେ ତାଲା ଏବଂ ସ୍କୁଲରେ ପିଲାଙ୍କୁ ହିନ୍ଦୁ ଭଜନ ଶିକ୍ଷା ଦେବା ଏହା ଦର୍ଶାଉଛି ଯେ, ଭାରକତ ସରକାର କାଶ୍ମୀରରେ ହିନ୍ଦୁତ୍ୱର ଏଜେଣ୍ଡା ଚଲାଉଛନ୍ତି’।
ଉଲ୍ଲେଖଯୋଗ୍ୟ, ମେହବୁବା ମୁଫତୀ ୧୦୫ ସେକେଣ୍ଡର ଭିଡିଓ ସେୟାର କରିଛନ୍ତି। ଏହା ଦକ୍ଷିଣ କାଶ୍ମୀରର କୁଲଗାମର ଏକ ସ୍କୁଲର ଭିଡିଓ।
Powered by Froala Editor