ରାହୁଲ ଗାନ୍ଧି କଂଗ୍ରେସ ସଭାପତି ଦାୟିତ୍ୱ ନିଅନ୍ତୁ : ରାଜସ୍ଥାନ ପରେ ଛତିଶଗଡରେ ସଙ୍କଳ୍ପ ପାରିତ
ରାଜସ୍ଥାନ କଂଗ୍ରେସ ପ୍ରଥମ ରାଜ୍ୟ ଭାବେ ରାହୁଲ ଗାନ୍ଧି ପୁଣିଥରେ କଂଗ୍ରେସର ସଭାପତି ଦାୟିତ୍ୱ ନିଅନ୍ତୁ ବୋଲି ସଙ୍କଳ୍ପ ପାରିତ କରିଛି। ସର୍ବସମ୍ମତିକ୍ରମେ ଦଳୀୟ ନେତାମାନେ ରାହୁଲ ଗାନ୍ଧିଙ୍କୁ ସଭାପତି କରିବା ପାଇଁ ଆସିଥିବା ପ୍ରସ୍ତାବକୁ ପାରିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ। ସେହିଭଳି ଛତିଶଗଡ ମଧ୍ୟ ରାହୁଲଙ୍କୁ ସଭାପତି କରିବା ନେଇ ସଙ୍କଳ୍ପ ପାରିତ କରିଛି।
ଏଥିଲାଗି ରବିବାର ଛତିଶଗଡ଼ କଂଗ୍ରେସର ଏକ ଜରୁରି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି। ଏ ବାବଦରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି ଯେ ଦୁଇଟି ରାଜ୍ୟରେ ଏହି ପ୍ରସ୍ତାବ ପାସ୍ ହୋଇଛି। ଯଦି ଏହି ପ୍ରସ୍ତାବ ଅନ୍ୟ ରାଜ୍ୟମାନଙ୍କରୁ ଆସିବ ତେବେ ଏ ବାବଦେ ରାହୁଲ ଗାନ୍ଧି ପୁନର୍ବିଚାର କରିବାକୁ ବାଧ୍ୟ ହେବେ ।
ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ୨୧ ବର୍ଷ ପରେ କଂଗ୍ରେସର ନୂଆ ସଭାପତି ଚୟନ ଲାଗି ନିର୍ବାଚନ ହେବାକୁ ଯାଉଛି। ଏ ନେଇ ଘୋଷଣା ହୋଇଥିବା ନିର୍ବାଚନ କାର୍ଯ୍ୟ ସୂଚୀ ଅନୁଯାୟୀ ନୋମିନେସନ ପ୍ରକ୍ରିୟା ସେପ୍ଟେମ୍ବର ୨୪ରୁ ଆରମ୍ଭ ହେବ। ଭୋଟ ଗ୍ରହଣ ଅକ୍ଟୋବର ୧୭ ତାରିଖରେ ହେବ। ଏହା ସହ କଂଗ୍ରେସର ନୂଆ ଅଧ୍ୟକ୍ଷ କିଏ ହେବ ଅକ୍ଟୋବର ୧୯ ତାରିଖ ଦିନ ଭୋଟଗଣନା ପରେ ସାମ୍ନାକୁ ଆସିଯିବ।
ସେପଟେ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ‘ଭାରତ ଯୋଡୋ ଯାତ୍ରା’କୁ ରବିବାର ୧୧ ଦିନ ପୂରଣ ହୋଇଛି। ରାହୁଲ ଯାତ୍ରା ସହ କେରଳ ପହଞ୍ଚିଥିବା ବେଳେ କଂଗ୍ରେସ ପ୍ରତି ସମର୍ଥନ ଲାଗି ଲୋକଙ୍କୁ ନିବେଦନ କରୁଛନ୍ତି।
Powered by Froala Editor