ଗାଧୋଇବା ବେଳେ ଅଘଟଣ, ଜଣେ ମୃତ
ଜଗତସିଂହପୁର: ଜଗତସିଂହପୁର ଜିଲା ବିରିଡି ଥାନା କମଳପୁର ଗାଁରେ ଅଘଟଣ । ବଡ଼ ବାପାଙ୍କ ଦଶାହ କାର୍ୟ୍ୟରେ ଯୋଗ ଦେବାକୁ ଆସି ବିଲୁଆ ଖାଇ ନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡିଯାଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କମଳପୁର ଗାଁର ବଟ କୃଷ୍ଣ ମଲିକଙ୍କ ପୁଅ ଶ୍ରୀନାଥ ମଲିକ ।
କମଳପୁର ଗାଁର ଶ୍ରୀନାଥ ମଲିକ ତାଙ୍କ ବଡବାପାଙ୍କ ଦଶାହ କାର୍ୟ୍ୟରେ ଯୋଗ ଦେବାକୁ ଆସିଥିଲେ।ବିଲୁଆ ନଦୀକୁ ଗାଧୋଇବାକୁ ଯାଇଥିଲେ। ହଠାତ ନଦୀରେ ବୁଡିଯାଇଥିଲେ। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ନଦୀରୁ ଶ୍ରୀନାଥଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ଇଞ୍ଜିନିୟରିଂ ପାଠ ପଢୁଥିଲେ।
Powered by Froala Editor