ରାଜ୍ୟରେ ୨ ଦିନରେ ସରିଯିବ କୋଭିସିଲ୍ଡ ଟିକା

ଭୁବନେଶ୍ୱର: ରାଜ୍ୟରେ କୋଭିସିଲ୍ଡ ଟିକା ମାତ୍ର ୬ ଲକ୍ଷ ଅଛି । ଯାହା ୨ ଦିନରେ ଶେଷ ହୋଇଯିବ । ରାଜ୍ୟରେ କରୋନା ସ୍ଥିତି ନେଇ ସୂଚନା ଦେବା ଅବସରରେ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଅଧିକ ଟିକା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି । ରାଜ୍ୟରେ କୋଭାକ୍ସିନ ଟିକା ପ୍ରଚୁର ପରିମାଣରେ ମହଜୁଦ ଅଛି । ଛତିଶଗଡ଼ରୁ ଯେଉଁମାନେ ଆସୁଛନ୍ତି ସେମାନଙ୍କର ଟେଷ୍ଟିଂ ଓ ଟ୍ରେସିଂ କରାଯାଇଛି । ସୀମାବର୍ତ୍ତୀ ଜିଲ୍ଲାରେ ସଂକ୍ରମଣ କରୁଥିବାରୁ ରାଜ୍ୟ ସରକାର ଆଲର୍ଡ ଅଛନ୍ତି । ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ସଂକ୍ରମଣ କରୁଥିବା ସୀମାନ୍ତ ଜିଲ୍ଲାରେ ଟିକାକରଣ ତ୍ୱରାନ୍ୱିତ ପାଇଁ ନିଦେ୍ର୍ଧଶ ଦିଆଯାଇଛି । ରାଜ୍ୟରେ ୧ କୋଟି ୧୬ ଲକ୍ଷ ଲୋକଙ୍କୁ ଟିକାକରଣ ଟାର୍ଗେଟ ଅଛି । ଏବେ ସୁଦ୍ଧା ୩୩ଲକ୍ଷ ୪ ହଜାର ୭୩୨ଜଣଙ୍କୁ ଟିକା ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।