ମହାରାଷ୍ଟ୍ରରେ ଲକଡାଉନ ଅବଧି ବୃଦ୍ଧି
ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ଆସନ୍ତା ଜୁନ ୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ଏଥିସହ ବାହାର ରାଜ୍ୟରୁ ଯଦି କେହି ମହାରାଷ୍ଟ୍ର ଆସନ୍ତି ତେବେ ଆରଟିପିସିଆର ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ ଘୋଷଣା କରାଯାଇଛି । ପାର୍କ, ମଲ୍, ସିନେମା ହଲ୍, ଆଦିକୁ ମଧ୍ୟ ବନ୍ଦ ରଖାଯାଇଛି । ସାଧାରଣ ପରିବହନ ଓ ଲୋକାଲ୍ ଟ୍ରେନଗୁଡିକ କଟକଣା ଭିତରେ ଚାଲୁଛି । କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ ପରାମର୍ଶ ଦିଆଯାଇଛି । ସଂକ୍ରମଣ ଉପରେ ଲଗାମ ଦେବାକୁ ଏହି ପଦକ୍ଷେପ ନେଇଛନ୍ତି ମହାରାଷ୍ଟ୍ର ସରକାର । ତାଲାବନ୍ଦ ସମୟରେ ଜରୁରୀ ସେବା ପାଇଁ ଅନୁମତି ପ୍ରଦାନ କରାଯାଇଛି।
Powered by Froala Editor