ଚିଲିକାରେ ଡଙ୍ଗା ବୁଡ଼ିଲା : ୨ ମୃତ, ୧୧ ଉଦ୍ଧାର
ଚିଲିକାରେ ଏକ ଡ଼ଙ୍ଗା ବୁଡ଼ିଯାଇଥିବାବେଳେ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେହିପରି ୧୦ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ଜଣେ ପହଁରି ପହଁରି କୂଳକୁ ଆସିଥିଲେ ।
ସୂଚନା ଅନୁସାରେ, କୃଷ୍ଣପ୍ରସାଦ ବ୍ଲକ ଗମ୍ଭାରୀ ଗାଁ ପାଖରୁ ୧୩ ଜଣ ଭୋଜି କରିବାକୁ କାଳିଜାଇ କୁଦାକୁ ଯାଇଥିଲେ। ସେଠାରେ ଭୋଜି ସାରି ଫେରିବା ବେଳେ ହଠାତ ପବନ ବର୍ଷା ହେବାରୁ ଡ଼ଙ୍ଗାଟି ବୁଡିଯାଇଥିଲା। ୧୦ ଜଣଙ୍କୁ ମତ୍ସ୍ୟଜୀବିମାନେ ଉଦ୍ଧାର କରିଥିଲେ। ପରେ ଆଉ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଘଟଣା ସ୍ଥଳରେ ବ୍ରହ୍ମଗିରି ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। କିନ୍ତୁ ୨ ଜଣଙ୍କ ମୃତ ଦେହ ମିଳିଛି। ମୃତକ ୨ ଜଣ ପୁରୀର ବାସିନ୍ଦା ବୋଲି ଜଣାପଡ଼ିଛି।
Powered by Froala Editor