ଅକ୍ଟୋବର ୧୭ରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ, ୧୯ରେ ଭୋଟ ଗଣନା

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ତାରିଖ ସ୍ଥିର କରାଯାଇଛି। ଅକ୍ଟୋବର ୧୭ରେ ଦଳର ନୂତନ ସଭାପତି ପଦ ପାଇଁ ମତଦାନ ଅନୁଷ୍ଠିତ ହେବ। ଅକ୍ଟୋବର ୧୯ରେ ଭୋଟ ଗଣନା ହେବ। ଆଜି କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି)ର ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପ୍ରିୟଙ୍କା ଗାନ୍ଧୀ ଓ ଦଳର ସାଂସଦ ରାହୁଲ ଗାନ୍ଧୀ ଯୋଗ ଦେଇଥିଲେ।
ତେବେ ଏ ସମ୍ପର୍କରେ ସବିଶେଷ ବିଜ୍ଞପ୍ତି ସେପ୍ଟେମ୍ବର ୨ରେ ପ୍ରକାଶ ପାଇବ। ନିର୍ବାଚନ ପାଇଁ ସେପ୍ଟେମ୍ବର ୨୪ରୁ ସେପ୍ଟେମ୍ବର ୩୦ ମଧ୍ୟରେ ନୋମିନେଶନ ଫାଇଲ କରାଯିବ। ଅକ୍ଟୋବର ୧ରେ ଯାଞ୍ଚ କରାଯିବ। ଅକ୍ଟୋବର ୮ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ରହିଛି। ଅକ୍ଟୋବର ୧୭ରେ ନିର୍ବାଚନ ହେବ ଏବଂ ଅକ୍ଟୋବର ୧୯ରେ ଗଣନା କରାଯାଇ ଫଳ ଘୋଷଣା କରାଯିବ। ଏହାପୂର୍ବରୁ ନିର୍ବାଚନ ପାଇଁ ଅଗଷ୍ଟ ୨୧ ତାରିଖରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ସେପ୍ଟେମ୍ବର ୨୦ ପରେ ଦଳର ନୂଆ ଅଧ୍ୟକ୍ଷ ନିର୍ବାଚିତ ହୋଇଥାନ୍ତେ। ହେଲେ ଏହି ପକ୍ରିୟା ବିଳମ୍ବ ହୋଇଥିଲା। ତେବେ ରବିବାର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ସୋନିଆ ଗାନ୍ଧି ଦଳର ଅଧ୍ୟକ୍ଷତା କରିଥିଲେ। ତାଙ୍କ ସହ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ବୈଠକରେ ଯୋଗ ଦେଇଥିଲେ।

Powered by Froala Editor