ଅଜ୍ଞାତ ସୂତ୍ରରୁ ବିଜେଡ଼ି ପାଇଛି ୬୭ କୋଟିର ବେନାମୀ ଚାନ୍ଦା

ନୂଆଦିଲ୍ଲୀ : ଜାତୀୟ ଦଳଗୁଡ଼ିକ ୧୫ ହଜାର କୋଟିର ବେନାମୀ ଚାନ୍ଦା ପାଇଛନ୍ତି । ୨୦୦୪-୦୫ରୁ ୨୦୨୦-୨୧ ମଧ୍ୟରେ ଜାତୀୟ ଦଳଗୁଡ଼ିକ ଏତେ ପରିମାଣର ବେନାମୀ ଚାନ୍ଦା ପାଇଥିବା ନେଇ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସର ଅନୁଶୀଳନରୁ ଜଣାପଡ଼ିଛି । ଓଡ଼ିଶାର ଆଂଚଳିକ ଦଳ ବିଜୁ ଜନତା ଦଳ ମଧ୍ୟ ୬୭ କୋଟିର ଚାନ୍ଦା ଅଜ୍ଞାତ ସୂତ୍ରରୁ ହାସଲ କରିଥିବା ନେଇ ଦର୍ଶାଇଛି ।
ଅଜ୍ଞାତ ସୂତ୍ରରୁ ଜାତୀୟ ଦଳଗୁଡ଼ିକ ୧୫ ହଜାର ୭୮ କୋଟି ଟଙ୍କା ପାଇଛନ୍ତି । ସେହିପରି ୨୦୨୦-୨୧ରେ ଜାତୀୟ ଓ ଆଂଚଳିକ ଦଳଗୁଡ଼ିକ ୬୯୦ କୋଟି ୬୭ ଲକ୍ଷ ଟଙ୍କା ପାଇଛନ୍ତି । ଏହି ସମୟ ମଧ୍ୟରେ କଂଗ୍ରେସ ୧୭୮ କୋଟି, ବିଜେପି ୧୦୦ କୋଟି ଟଙ୍କା ପାଇଥିବା ଜଣାପଡ଼ିଛି । ସେହିପରି ୱାଇଏସଆର କଂଗ୍ରେସ ୯୬ କୋଟି, ଡିଏମକେ ୮୦ କୋଟି, ବିଜେଡ଼ି ୬୭ କୋଟି, ଏମଏନଏସ ୬ କୋଟି ଓ ଆପ ୫ କୋଟି ଟଙ୍କା ଅଜ୍ଞାତ ସୂତ୍ରରୁ ପାଇଛି ।
କଂଗ୍ରେସ, ବିଜେପି, ଏସପି, ସିପିଏମ, ଏନସିପି, ସିପିଆଇ, ଆପ, ଏଜିପି, ଏଆଇଡ଼ିଏମକେ, ଜେଡ଼ିୟୁ, ପିଏମକେ, ଆରଏଲଡ଼ି, ଏସଏଡ଼ି, ଏସଡ଼ିଏଫ, ଶିବସେନା, ଏସକେଏମ, ଟିଡ଼ିପି, ଟିଆରଏସ, ୱାଇଏସଆର କଂଗ୍ରେସ ଭଳି ଦଳଗୁଡ଼ିକ ଅଜ୍ଞାତ ସୂତ୍ରରୁ ଚାନ୍ଦା ପାଇଛନ୍ତି ।
Powered by Froala Editor