ଗୋଟିଏ ପରିବାରର ୬ ସଦସ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଚଣ୍ଡୀଗଡ: ହରିୟାଣା ଅମ୍ବାଲା ଅଞ୍ଚଳରେ ଚାଞ୍ଚଲ୍ୟ । ଘର ଭିତରୁ ଏକାସାଙ୍ଗରେ ୬ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକମାନେ ଗୋଟିଏ ପରିବାରର ସଦସ୍ୟ ଅଟନ୍ତି । ଆଜି ସକାଳୁ ସମସ୍ତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ମୃତକମାନେ ଏକ ଘରୋଇ କମ୍ପାନୀର ମ୍ୟାନେଜର ସୁଖବିନ୍ଦର, ତାଙ୍କର ପତ୍ନୀଙ୍କ ସମେତ ଦୁଇ ଝିଅ ଓ ବାପାମାଆ ଅଟନ୍ତି । ଆଜି ସୁଖବିନ୍ଦର ସିଂହଙ୍କ ଝିଅର ଜନ୍ମଦିନ ଥିବାବେଳେ ପୁରା ପରିବାରର ସନ୍ଦେହଜନକ ମୃତ୍ୟୁ ଘଟିଛି ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଏହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଧିକ ସୂଚନାକୁ ଅପେକ୍ଷା ରହିଛି ।
Powered by Froala Editor